ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେରେ ତାଙ୍କ ଚିକିତ୍ସା ଚାଲିଛି। ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି ଅଧିକ ଚିକିତ୍ସା ପାଇଁ । ଗତକାଲି ସନ୍ଧ୍ୟାରେ ବଡଶଙ୍ଖଠାରେ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେବାକୁ ଆସିଥିଲେ ହଠାତ ଏହି ସମୟରେ ସେ ଥରି ଉଠିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଚିକତ୍ସା କରାଯାଉଥୁବା ସୂଚନା । ମହେଶ୍ୱର ମହାନ୍ତି ପୂଜା ବୁଲିବାକୁ ଆସିଥିଲେ, ଘରକୁ ଫେରିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ ଏଵେ ତାଙ୍କରି ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ପୁରୀ ବିଜେଡି ସଭାପତି ସୂଚନା ଦେଇଛନ୍ତି। ଗତ ୩୧ ତାରିଖରେ ଶ୍ରୀ ମହାନ୍ତି ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁଇ ଦିଦ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here