ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ଭଂଜନଗର ପୈାର ପରିଷଦର ଷଷ୍ଠ କାଉନସିଲ୍ ବୈଠକ, ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ତିଆଡିଙ୍କ ସମେତ ଉପ-ନଗରପାଳ ଶୁଭଶ୍ରୀ ଦାସ ପ୍ରମୁଖ, ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ନାୟକ ଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭଂଜନଗର ପୈାର ପରିଷଦର ବିକାଶ ପାଇଁ ନୂଆଁ ନୂଆଁ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯିବା ସହ, ବିକାଧାରାକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା ହୋଇଥିଲା । ଆୟୋଜିତ ବୈଠକରେ ପୈାର ପରିଷଦର କାଉନସିଲର ମାନେ, ଯୋଗ ଦେଇଥିଲେ । ଏହାସହ, ସମସ୍ତ ସଫେଇ କର୍ମଚାରୀଙ୍କୁ ବିଧାୟକ ଶ୍ରୀ ନାୟକ, ରେଇନ୍ କୋଟ୍ ପ୍ରଦାନ କରିଥିଲେ ।