ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜନହର ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଜିଲ୍ଲାପରିଷଦ ପ୍ରକଳ୍ପପ ନିର୍ଦ୍ଦେଶକ ଡଃ. ଗୁଣନିଧି ନାୟକ ସବୁଜ ପତକା ଦେଖାଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତାକି ଜୟ ଓ ହର ଘର ତ୍ରିରଙ୍ଗାର ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ। ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଈଛି । ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସକୁ ଦୃଷ୍ଟି ଆଗରେ ରଖି ଦେଶ ବ୍ୟାପି ୩ ଦିନ ଧରି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲୋକଙ୍କ ମଧ୍ୟରେ ଦେଶ ଭକ୍ତି ଜାଗୃତି କରିବା ଓ ଦେଶର ତ୍ରିରଙ୍ଗାକୁ ସ୍ନମାନ ଦେବା ଏହି କାର୍ଯ୍ୟକ୍ରମର ମୁଳ ଉଦ୍ଦେଶ୍ୟ ଅଟେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରି ଓ ବିଭିନ୍ନ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।