କୁକୁଡ଼ାଖଣ୍ଡିରେ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳିତ 

0

କୁକୁଡାଖଣ୍ଡି ( ବିପ୍ଲବୀ ପରିକ୍ରମା ):-; ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଳକ୍ ରେ “ହରଘର୍ ତ୍ରିରଙ୍ଗା ଶୋଭାଯାତ୍ରା” ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ହବି ସ୍ଵାଇଁ ଙ୍କ ନେତୃତ୍ବରେ ତ୍ରିରଙ୍ଗା ଶୋଭା ଯାତ୍ରା ବ୍ଲକ ପରିସରରୁ ବାହାରି ତହସିଲରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ରେ ସଂପୃକ୍ତ ବ୍ଳକ୍ ର କର୍ମଚାରୀ , ତହସିଲ ଅଫିସ୍ କର୍ମଚାରୀ ଏବଂ କୁକୁଡ଼ାଖଣ୍ଡି ର ସମସ୍ତ ସରକାରୀ ଏବଂ ବେସରକରୀ ସ୍କୁଲର କର୍ମଚାରୀ ଙ୍କ ସହ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। “ ହର୍ ଘର୍ ତ୍ରିରଙ୍ଗା, ଘର୍ ଘର୍ ତ୍ରିରଙ୍ଗା” ନାରା ଦେଇ, ଦେଶ ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହା ସହ ଦେଶର ଗୈାରବମୟ ଇତିହାସକୁ ମନେପକାଇ, ଆସନ୍ତା ଅଗଷ୍ଟ ୧୫ ଯାଏଁ ଘରେ ଘରେ ତ୍ରିରଙ୍ଗାକୁ ସମ୍ମାନ ଦେବାପାଇଁ ଆହ୍ୱାନ ଦେଇଥିଲେ । ଏନସିସି, ସ୍କାଉଟ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ୭୫ ତମ ସ୍ବାଧିନତା ଦିବସରେ ଆରମ୍ଭ ହୋଇଥିବା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଚଳିତ ବର୍ଷ ଦେଶ ୭୮ ତମ ସ୍ବାଧିନାତା ଦିବସ ପାଳନ କରୁଛି।

ଗତ ୯ ତାରିଖ ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୧୫ ରେ ସରିବ ବୋଲି ବିଡ଼ିଓ କହିଛନ୍ତି। ଏହି ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ “ତ୍ରିରଙ୍ଗା ବାର୍ତ୍ତା” ପହଞ୍ଚାଇ ଥିଲେ । ଏଥିରେ ତହସିଲଦାର ସପନ କୁମାର ସାହୁ, ବିଇଓ ସନ୍ତୋଷ କୁମାର ମହାପାତ୍ର, ସରପଞ୍ଚ ବନ୍ଦନା କୁମାରୀ ସେଠି, ଜିପିଓ ସୁପ୍ରଭା ସାହୁ, ସିଡିପିଓ କୁସୁମ କୁମାରୀ ସାହୁ, ମନୋଜ କୁମାର ପ୍ରଧାନ,ଅନୁରାଗ ରଥ ଙ୍କ ସମେତ ସମସ୍ତ କର୍ମଚାରୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here