ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶ ସାରା ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଅଛି। ଆଜି ବ୍ରହ୍ମପୁର ରୋଟାରିକ୍ଲବ ଇଷ୍ଟ ପକ୍ଷରୁ ଖଲ୍ଲିକୋଟ କଲେଜ ପାଖରୁ ୨୦୦ମିଟର ପତାକା କୁ ନେଇ ଏକ ଏକ ବିରାଟ ରାଲି ବାହାରି pvn ରାଓ ପେଟ୍ରୋଲ ପମ୍ପ ଛକ, ପୁରୁଣା ବସ୍ ଷ୍ଟାଣ୍ଡ, ଗାନ୍ଧୀ ନଗର ଛକ ଦେଇ ପୁଣି ଖଲ୍ଲିକୋଟ କଲେଜ ନିକଟରେ ପହଞ୍ଚି ଥିଲା।
ଏହି ୨୦୦ ମିଟର ଜାତୀୟ ପତାକା କୁ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା। ଏହି ସଭାଯାତ୍ରାରେ ରୋଟାରି କ୍ଳବର ସମସ୍ତ ସଦସ୍ୟ, ସଦସ୍ୟା ଙ୍କ ସହ ବହୁ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।