ଆସିକା ( ବିପ୍ଲବୀ ପରିକ୍ରମା ):- ବିଦ୍ୟାଳୟ ରେ ପାଠପଢ଼ା ଚାଲିଥିବା ବେଳେ, ବଜ୍ରାଘାତ । ବର୍ତ୍ତିଗଲେ ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ହାଇସ୍କୁଲ ରେ ଘଟିଛି ଏଭଳି ଘଟଣା । ତଥାପି, ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ପ୍ରକାରେ, ଗାଲେରୀ ହାଇସ୍କୁଲର ୧୦ମ ଶ୍ରେଣୀ ପିଲାଙ୍କ ପାଠପଢା ଚାଲିଥିଲା । ଏହି ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ବଜ୍ରାଘାତ ବିଦ୍ୟୁତ୍ ଆଘାତ ଯୋଗୁଁ, ଶ୍ରେଣୀ କକ୍ଷର ଫ୍ୟାନ୍ କୁ ବିଦ୍ୟୁତ୍ ସରବରାହ ହୋଇଥିଲା । ଏହାପରେ, ଛାତ୍ର ଛାତ୍ରୀ ମାନେ ବସିଥିବା ଲୁହାର ଟେବୁଲ୍ ଓ ବେଞ୍ଚ୍ କୁ ମଧ୍ୟ ବିଦ୍ୟୁତ୍ ଝଟକା ଲାଗିଥିଲା ।
ଏହାଯୋଗୁଁ ସମସ୍ତ ଛାତ୍ର ଛାତ୍ରୀ ଜଣକ ପରେ ଜଣେ ବିଦ୍ୟାଳୟରେ ହିଁ ଅସୁସ୍ଥ ହୋଇ ପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି , ନିକଟସ୍ଥ ଗାଲେରୀ ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳ ଏବଂ ମେଡିକାଲରେ ପହଞ୍ଚି ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ।