ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- କମାରେ ସ୍ୱାସ୍ଥ୍ୟ ବିଭାଗ,ବିନା ଲାଇସେନ୍ସ ଚାଲିଛି ଔଷଧ ଦୋକାନ 14/08କେନ୍ଦ୍ର ଓ ରାଜ୍ୟ ସରକାର ସହର ରୁ ଗ୍ରାମଞ୍ଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତ୍ତି ଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି l ରୋଗୀ ମାନଙ୍କୁ କିଭଳି ଉତ୍ତମ ସେବା ସେ ନେଇ ମନ୍ତୀ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ଘନ ଘନ ବୈଠକ ମଧ୍ୟ୍ୟ କରାଯାଉଛି l ହେଲେ କିନ୍ତୁ ତୃଣମୂଳ ସ୍ତରରେ କିଛି ପ୍ରଭାବ ପଡ଼ୁନାହିଁ l ବିଭିନ୍ନ ସମୟ ଚିକିତ୍ସାଳୟ ରେ ଡାକ୍ତର ଅନୁପସ୍ଥିତ ନଥିବା ଯୋଗୁଁ ଗ୍ରାମଞ୍ଚଳରେ ନକଲି ଡାକ୍ତର ମୁହଁ ହୋଉଛି l ଗତ କିଛି ଦିନ ହେଲେ ସରକାର ପରିବର୍ତନ ହେବା ପରେ ବିଧାୟକ ମାନେ ଅଚନକ ମେଡିକାଲ ପରିଦର୍ଶନ କରିଲା ସମୟ ଡାକ୍ତର ଅନୁପସ୍ଥିତ ଦେଖିବାକୁ ପାଉଛନ୍ତି l ଗୋପାଳପୁର ଓ ଗୋଳନ୍ଥରା ଥାନା ଅଂଚଳ ନକଲି ଡାକ୍ତର କାୟା ବିସ୍ତାର ହେବା ସହ କ୍ଲନିକ ଖୋଲି ମଧ୍ୟ୍ୟ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି l ଏହି ଘଟଣା ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ପକ୍ଷ୍ୟରୁ ଜାଣିଥିଲେ ମଧ୍ୟ୍ୟ କୋଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରି ନିରବଦ୍ରଷ୍ଟ ସାଜିଛି l
ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପୁଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀନରେ ସୁନାଦେଇ, ମନ୍ତ୍ରୀଡ଼ି, ଗୋପାଳପୁର, ଭଞ୍ଜବିହାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l କିନ୍ତୁ ନିୟମିତ ସମୟ ଡାକ୍ତର ମେଡିକାଲ କୁ ଆସୁନଥିବ ଫଳାରେ ବାଧ୍ୟ୍ୟ ହୋଇ ରୋଗୀ ମାନେ ନକଲି ଡାକ୍ତର ଯାଉଛନ୍ତି l ଯାହା ଫଳରେ ମନ ଇଛା ଇଞ୍ଜେକ୍ସନ, ପେଇନ କିଲର,ହାଇ ଏଣ୍ଟିବାଇଟି ଓ ଷ୍ଟେରଡ଼ ଇଞ୍ଜେକ୍ସନ ଦେଉଛନ୍ତି ଯାହା ଫଳରେ ରୋଗୀ ମାନେ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ୍ୟ ହରାଉଛନ୍ତି ତ ଆଉ କିଛି ରୋଗୀ ଗୁରୁତର ହେବା ସହ ମୃତ୍ୟୁ ମୁଖ୍ୟରେ ପଡ଼ୁଥିବା ନଜିର ରହିଛି l
ଗୋଳନ୍ଥରା ଚଟି, ଗୋବିନ୍ଦନଗର, ରଣ୍ଢା, କନିସି ହାଟ, ହଳଦିଆପଦର, ଗଞ୍ଜୁ, କମଳାପୁର, କରାପୁଲୀ, ନାରାୟଣପୁର, ସୋରଳ, ଡୁରା, ତୁଳୁ, ଦୁମୀଦୁମୀ, ମେଣ୍ଡରାଜପୁର ଓ ସୋରଳ ଓ ଅନ୍ୟ ଗ୍ରାମ ମାନଙ୍କ ନକଲି ଡାକ୍ତର ମାନେ କ୍ଳନିକ ଖୋଲି ରୋଗୀ ମାନଂକୁ ଚିକିତ୍ସା ମଧ୍ୟ୍ୟ କରୁଛନ୍ତି l ତୁଳୁ ଅଂଚଳ ନକଲି ବଙ୍ଗାଳି ଡାକ୍ତର ମାନେ ରୋଗୀ ମାନଂକୁ ମନ ଇଛା ଷ୍ଟେରଡ଼ ଇଞ୍ଜେକ୍ସନ ଓ ଏଣ୍ଟିବାଇଟ ଦେଇ ହାର୍ଟ ଅଟକା ହୋଇ ମାର୍କଣ୍ଡି ଓ ଗରାମପେଟା ଅଂଚଳ କିଛି ଯୁବକ ମୃତ୍ୟୁ ବରଣ ହୋଇଥିବ ନଜିର ରହିଛି l ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଜାଣିଥିଲେ ମଧ୍ୟ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବା ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l
ଏପରି କି ବିଭିନ୍ନ ଗ୍ରାମରେ ବିନା ଲାଇସେନ୍ସରେ ଔଷଧ ଦୋକାନ ଖୋଲି ଅଭିଜ୍ଞତା ରେ ଔଷଧ ଦେଉଥିବା ଦେଖିବାକୁ ମିଳୁଛି ଓ ସରକାରୀ ପ୍ରାପ୍ତ ଔଷଧ, ଗଜ କପଡା, ସାଲେନ ଓ ଏକ୍ସ ପ୍ରାଇ ଔଷଧ ମଧ୍ୟ୍ୟ ବିକ୍ରି କରାଯଉଛି ସଙ୍ଗଧିକ ଅଭିଯୋଗ ଉଠିଛି l ଅନ୍ୟ ପଟେ ଔଷଧ ନିରକ୍ଷକ ଅଧିକାରୀ ନିୟମିତ ଭାବେ ଦୋକାନ ମାନଙ୍କ ଯାଞ୍ଚ ମଧ୍ୟ୍ୟ କରୁନାହାନ୍ତି l ଯାହା ଫଳରେ ଖୋଲା ଖୋଲି ମନ ଇଛା ଔଷଧ ବିକ୍ରି ଚାଲିଛି l ସୋର୍ଲ ରୋଡ଼ -ଜାଗପୁର ରାସ୍ତାରେ ଏକା ହସ୍ପିଟାଲରେ ଶିକ୍ଷାଗତ ଯୋଗ୍ୟତା ନଥିଇ ବ୍ୟକ୍ତି ମାନେ ରୋଗୀଙ୍କୁ ଇଞ୍ଜେକ୍ସନ,ଓ ସାଲେନ ଦେଉଛନ୍ତି l ଏଥି ସହ ସବୁ ରୋଗୀ ଗୋଟିଏ ପ୍ରକାର ଔଷଧ ଦେବା ସହ ଷ୍ଟେରଡ଼ ଔଷଧ ଦିଆଯାଉଛି l
ସବୁ ଠାରୁ ଗୁରୁତର କଥା ଏଠାରେ ଗର୍ଭପାତ ମଧ୍ୟ୍ୟ କରାଯାଉଛି l ଏ ନେଇ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ୍ୟ କିଛି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି l ଉକ୍ତ ରାସ୍ତା ଦେଇ ଜନପ୍ରତିନିଧି ଓ ବରିଷ୍ଠ ଅଧିକାରୀ ମାନେ ଯାତାୟାତ କରୁଥିଲେ ମଧ୍ୟ୍ୟ କାହାରି ଦୁଷ୍ଟି ପଡ଼ୁନଥିବା ନେଇ ପରିତାପର ବିଷୟ ପାଲଟିଛି l ଜିଲା ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି l