ଭଞ୍ଜନଗରଠାରେ ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକା ଶୋଭାଯାତ୍ରା

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଗଂଜାମ ଜିଲ୍ଲା ଭଂଜନଗର ଠାରେ, ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ତତ୍ବାବଧାନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ କନ୍ଧମାଳ ସାଂସଦ ଶୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବହୁ ସଂଖ୍ୟକ ଜନସାଧାରଣ ସାମିଲ ହୋଇଥିଲେ । ଭଂଜନଗର ବାଇପାସ୍ ଛକରୁ ୧୦୦ ମିଟର ଲମ୍ବର ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା ପରେ, ସ୍ଥାନୀୟ ଟାଉନ୍ ହଲ୍ ଠାରେ “ବିଭାଜନ ବିଭିଷିକା ସ୍ମୃତି ଦିବସ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଭାରତ ସ୍ବାଧୀନ ପୂର୍ବରୁ ଦେଶ ବିଭାଜନ ନେଇ ଯେଉଁ ବିଭିଷିକା ସୃଷ୍ଟି ହୋଇଥିଲା, ତାହା ଆଜି ଏକ ସ୍ମୃତି ହୋଇ ରହିଥିବା ନେଇ, ଆୟୋଜିତ ସଭାରେ ବକ୍ତା ମାନେ ମତ ରଖିଥିଲେ । ଏଥିରେ ବିଧାୟକ ଶ୍ରୀ ନାୟକଙ୍କ ସମେତ କନ୍ଧମାଳ ସାଂସଦ ଶୁକାନ୍ତ କୁମାର ପାଣିଗ୍ରାହୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here