କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ବାଂଲାଦେଶ ରେ ସେଠିକାର ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ସହିତ, ହିନ୍ଦୁ ମାନଙ୍କ ଉପରେ ହେଉଥିବା ଅକଥ୍ୟ ନିର୍ଯାତନା ଓ ଅତ୍ୟାଚାର, ନାରୀ ଧର୍ଷଣ, ମନ୍ଦିରଗୁଡିକୁ ନିଆଁ ଲଗାଇ ପୋଡ଼ି ଦେବା,ଧନ ସମ୍ପତ୍ତି ନଷ୍ଟ ଓ ଲୁଟ ପାଟ ବିରୁଦ୍ଧରେ ପ୍ରତିବାଦ ଜଣାଇ, ହିନ୍ଦୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ତୁରନୁ ବନ୍ଦ କରିବା ସହିତ, ଭାରତରେ ବେଆଇନଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମୁସଲମାନ ମାନଙ୍କୁ ଅତି ଶୀଘ୍ର ଚିହ୍ନଟ କରି, ଭାରତରୁ ବାହାର କରିଦେଇ ଭବିଷ୍ୟତରେ ଭାରତର ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବା ଉଦ୍ଧେଶ୍ୟରେ, ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ହିନ୍ଦୁ ଜାଗରଣ ମଞ୍ଚ, ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ତରଫରୁ ଏକ ବିରାଟ ସୋଭାଯାତ୍ରା କରାଯାଇଥିଲା।
ଏଥିରେ ବିଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟ, କର୍ମକର୍ତ୍ତା ମାନଙ୍କ ସହିତ, ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ମଧ୍ଯ ଭାଗ ନେଇଥିଲେ। ଏହି ଶୋଭାଯାତ୍ରା କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି ନେତାଜୀ ଛକ ଠାରେ ପହଁଞ୍ଚି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏନ. ଏ. ସି. ଛକ ହୋଇ କରଞ୍ଜିଆ ବଜାର ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଁଚି ଥିଲେ। ଏହାପରେ ହିନ୍ଦୁଜାଗରଣ ମଞ୍ଚ, ଅନ୍ୟାନ୍ୟ ହିନ୍ଦୁ ସଂଗଠନର କର୍ମକର୍ତ୍ତା ମାନେ କରଞ୍ଜିଆ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷବ ପ୍ରଦର୍ଶନ କାରିଥିଲେ | ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଏବଂ ଆକ୍ରମଣ ବନ୍ଦ ନ ହେବା ପର୍ଯ୍ୟନ୍ତ, ଏହିପରି ପ୍ରତିବାଦ ଜାରି ରହିବ ବୋଲି ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରିଛନ୍ତି l