ରାୟଗଡା (ବିପ୍ଲବୀ ପରିକ୍ରମା ):- ଭାରତୀୟ ଜନତା ପାର୍ଟି ରାୟଗଡ ଜିଲ୍ଲା ଅଧୀନସ୍ଥ ଗୁଣୁପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସ୍ଥାନୀୟ ଡାକ ବଙ୍ଗଳା ଠାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ “ମନ୍ କୀ ବାତ” କାର୍ଯ୍ୟକ୍ରମର ପ୍ରଥମ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଗୁଣୁପୁର ନିର୍ବାଚନ ମଣ୍ଡଳୀର ସଂଯୋଜକ ଶ୍ରୀ ଟିଙ୍କୁ ତ୍ରିପାଠୀଙ୍କ ନେତୃତ୍ୱ ରେ ଶୁଭାରମ୍ଭ ହୋଇଯାଇଛି ଉକ୍ତ ବୈଠକରେ “ମନ୍ କୀ ବାତ” ଜିଲ୍ଲା ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁଣୁପୁର ନିର୍ବାଚନ ମଣ୍ଡଳୀର 10 ଗୋଟି ସାଙ୍ଗଠନିକ ମଣ୍ଡଳର ସଂଯୋଜକଙ୍କ ନାମ ଘୋଷଣା କରିଥିଲେ ଏବଂ “ମନ୍ କୀ ବାତ” କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଡବଲ ଇଞ୍ଜିନ୍ ସରକାରର ଫାଇଦା ଜନସାଧାରଣ ସ୍ୱାର୍ଥ ପାଇଁ କାମ କରିବା ସହ ଗାଁ ଗାଁ ବୁଲି ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ସଚେତନ କରାଇବା ଏବଂ ତାଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ସୁସମ୍ପର୍କ ସ୍ଥାପନ କରି ଲୋକଙ୍କ ପାଖେ ଆସ୍ଥାଭାଜନ ହେବା ପାଇଁ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏବଂ ସଂଗଠନ କୁ ଆଖି ଆଗରେ ରଖି ମୋଦିଜୀଙ୍କ ବିକଶିତ ଭାରତର ବାର୍ତ୍ତା ମାସର ଶେଷ ରବିବାରରେ ହେଉଥିବା “ମନ୍ କୀ ବାତ” କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶକ୍ତି କେନ୍ଦ୍ର,ବୁଥ୍ ରୁ ୱାର୍ଡ଼ ଯାଏଁ ତୃଣମୂଳ ସ୍ତରରେ ପହଞ୍ଚାଇ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ କହି କାର୍ଯ୍ୟ କର୍ତ୍ତା ଙ୍କ ମନୋବଳ ବାଡ଼ାଇବା ସହ କାର୍ଯ୍ୟକର୍ତ୍ତା ଙ୍କ ଉତ୍ସାହ ଦେଖି ପ୍ରତେକ ମାସ ସାଙ୍ଗଠନିକ ବୈଠକ ନେବି କହି ପ୍ରତିଶ୍ରୁତି ଦେଇଥିଲେ,ଶେଷରେ ଶ୍ରୀ ରବିନ୍ଦ୍ର କୁମାର ସେଠୀ ଭାରତ ମାତା କୀ ଜୟ ନାରା ଦେଇ ବାଣୀ କୁ ବିରାମ ଦେଇଥିଲେ… ଉକ୍ତ ବୈଠକରେ ସମସ୍ତ ମଣ୍ଡଳ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ଗୋମାଙ୍ଗ,ଜିଲ୍ଲା ଉପ ସଭାପତି ଶ୍ରୀ ଉଦୟ ପାଡି,ଶ୍ରୀ ଦୁର୍ଯ୍ଯୋଧନ ପାଲ,ଶ୍ରୀ ସର୍ବେଶ୍ଵର ସୁନା,ଶ୍ରୀ ମନୋଜ ନାଲା ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇ ବୈଠକ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l