ପୁରୀ ଖଜାକୁ କେବେ ମିଳିବ ମାନ୍ୟତା ?

0

(ପୁରୀ);ହାର ଖଜାକୁ ମିଳିଲା ମାନ୍ୟତା । ପୁରୀର ଖଜାକୁ କେବେ ମିଳିବ ମାନ୍ୟତା । ସେନେଇ ଜୋର ଧରିଲାଣି ଦାବି । ଖଜାର ଉତ୍ପତି କେଉଁଠି ଓଡ଼ିଶାର ନା ବିହାରର ତାକୁ ନେଇ ଉଠିଛି ପ୍ରଶ୍ନ । ଓଡ଼ିଶାର  ଏବଂ ପୁରୀର ପରିଚୟ ଖଜା।  ଯିଏ ପୁରୀ ଆସିଛି ଜଗା ଦର୍ଶନ ପାଇଁ ସେଏ ଖଜା ନ ନେଇ ଫେରେନା।ଜଗା ସହ ଖଜାର ନିବିଡ ସମ୍ପର୍କ ।  ଜଗାର ଭୋଗ ଡାଲାରେ  ଖଜା ନରିଲେ   ଭୋଗ  ଡାଲା ଖାଲି ଖାଲି ଲାଗେ। ଶ୍ରୀକ୍ଷେତ୍ରର ଛପନ ଭୋଗର ଅଂଶବିଶେଷ ହେଉଛି ଖଜା ।  ବହୁ  ପ୍ରାଚୀନ ସମୟରୁ  ଓଡ଼ିଶାରେ ଖଜାର ଏକ ସ୍ୱତନ୍ତ୍ର ସ୍ଥାନ  ରହିଆସିଛି। ପୁରୀ ଖଜାର ରୁପ ,ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ଵତନ୍ତ୍ର ଲୋକପ୍ରିୟତା ।  କିନ୍ତୁ ବିହାରକୁ ଖଜା ପାଇଁ ଜିଆଇ ଟ୍ୟାଗ ମିଳିଥିବା ବେଳେ ପୁରୀ ଖଜାକୁ ମିଳିନି ଜିଆଇ ଟ୍ୟାଗ।  ତେଣୁ ଯଥାଶିଘ୍ର  ପୁରୀ ଖଜାକୁ ଯିଆଇଟ୍ୟାଗ ମିଳୁ ବୋଲି ଦାବି କରିଛନ୍ତି  ବ୍ୟବସାୟୀ,ସେବାୟତ ଓ ବୁଦ୍ଧିଜୀବି।  ବିହାର ଖଜାକୁ ଜିଆଇ ଟ୍ୟାଗ କିନ୍ତୁ  ପୁରୀ ଖଜାକୁ ମିଳି ନାହିଁ ଜିଆଇଟ୍ୟାଗ।  ଏଥିପାଇଁ  ରାଜ୍ୟ ସରକାରଙ୍କ ଆନ୍ତିରିକତା ଅଭାବ  ଅଥବା ମନୋବଳ ଦୁର୍ବଳ ସକାଶେ  ବିହାରକୁ ମିଳିଲା ଜିଆଇ ଟ୍ୟାକ କିନ୍ତୁ ଓଡ଼ିଶାକୁ ମିଳିଳାନି ।  ଖଜା ପାଇଁ   ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିବା ନେଇ ରାଜ୍ୟ ସରକାର ପ୍ରଚେଷ୍ଟା କରିବାକୁ ସେବାୟତ କହିଛନ୍ତି।   ଖଜାକୁ କିଏ କିଏ ତାକୁ ଫେଣି ବି କୁହନ୍ତି । ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରର ପରମ୍ପରା  ପରିଚୟ ଭାବରେ ଖଜାର ଆଦୃତି ରହିଛି।  ଓଡ଼ିଶା ବାହାରୁ ମଧ୍ୟ ଲୋକ ଆସି ପୁରୀରୁ ଖଜା ନେଇ ଯାଇଥାନ୍ତି।  ତେବେ ଭକ୍ତ ମଧ୍ୟ  ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳୁ ବୋଲି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here