ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଏମକେସିଜି ମେଡିକାଲ ରେ ଅବକାରୀ କମିଶନର ନରସିଂହ ଭୋଳ ଏବଂ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ସହ ବ୍ରହ୍ମପୁର ଅବକାରୀ ଟିମ , ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବିଝୁଛନ୍ତି. କିଛି ଜଣକୁ ଅଟକ ରଖି ତଦନ୍ତ ଚାଲିଛି ଭଲ ଚିକିତ୍ସା ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ.ସେପଟେ ସେହି ଗାଁ ଘଟଣାସ୍ଥଳରେ ତନାଘନା ଜାରି ରହିଛି କିଛିଜଣ ଙ୍କ ସେମାନେ ନାମ କହିଛନ୍ତି ସେ ସମସ୍ତଙ୍କୁ ଅଟକ ରଖା ଯାଇଛି ଅସୁସ୍ଥଙ୍କ ସଂଖ୍ୟା ମଧ୍ୟରୁ ବ୍ରହ୍ମପୁର ଏମକେସିଜି ରେ ୧୪ଜଣ ଭର୍ତ୍ତି ହୋଇଛନ୍ତି , ବ୍ରହ୍ମପୁର ଏମକେସିଜି ମେଡିକାଲର ମେଡିସିନ ୱାର୍ଡରେ ୧୪ ଜଣ ଚିକିତ୍ସିତ ହେଉଛନ୍ତି ।
ଏମକେସିଜି କାଜୁଆଲଟିରେ ୨ ଜଣ ଓ ଆଇସିୟୁରେ ୨ ଜଣ ଚିକିତ୍ସିତ ହେଉଛନ୍ତି ।ଗତକାଲି ସନ୍ଧ୍ୟାରେ ଚିକିଟି ବ୍ଲକ କରବାଲୁଆ ଓ ଜେନା ସାହିର ଲୋକେ ମାଉନ୍ଦପୁର ଗାଁକୁ ଯାଇ ଦେଶୀ ମଦ ପିଇଥିଲେ । ମଦ ପିଇବା ପରେ ଝାଡାବାନ୍ତି ହୋଈ ଚିକିତ୍ସା ପାଇଁ ଚିକିଟି ମେଡିକାଲ ଭର୍ତ୍ତି ହୋଇଥିଲେ, ଚିକିଟି ରୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର ହୋଇଥିଲେ ଗତକାଲି ସନ୍ଧ୍ୟାରେ ଅସୁସ୍ଥଙ୍କ ୭ ଥିବା ବେଳେ ରାତି ସୁଦ୍ଧା ଏହା ବୃଦ୍ଧି ପାଇ ୧୪ରେ ପହଞ୍ଚିଛି ।