ବିଜେଡି ଗଡ ଭାଙ୍ଗିବ ବିଜେପି 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ।ରାଜ୍ୟ ସରକାରଙ୍କ ବିଫଳତା ଓ ନିର୍ବାଚନ ପ୍ରତିଶ୍ରୁତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ । ଆଜିଠାରୁ ରାଜ୍ୟଠୁ ବୁଥ୍ ପର୍ଯ୍ୟନ୍ତ କର୍ମଶାଳା । ସେପ୍ଟେମ୍ବର ୧ରୁ ବିଜେପି ଆରମ୍ଭ କରିବାକୁ ଯାଉଛି ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ । ଓଡ଼ିଶାରେ ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ, ଅଧିକରୁ ଅଧିକ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ ।ସେପ୍ଟେମ୍ବର ୧ରେ ପ୍ରଥମେ ପ୍ରଧାନମନ୍ତ୍ରୀ ସଦସ୍ୟତା ଗ୍ରହଣ କରିବା ପରେ ରାଜ୍ୟରେ ଆରମ୍ଭ ହେବ ମେମ୍ବରସିପ୍ ଡ୍ରାଇଭ । ଅଢେଇ ମାସରେ ନୂଆ ସରକାରଙ୍କ ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯାଇ ଦଳ ସହ ଯୋଡ଼ାଯିବ । ବିଶେଷ କରି ବିଜେପି ପୂରଣ କରିଥିବା ନିର୍ବାଚନ ପ୍ରତିଶ୍ରୁତି, ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲିବା, ଧାନର MSP ୩୧୦୦ ଯାଏଁ ବୃଦ୍ଧି, ସୁଭଦ୍ରା ଯୋଜନା, ଭତ୍ତା ୩୫୦୦ ଯାଏଁ ବୃଦ୍ଧି, ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପ୍ରସଙ୍ଗ ସବୁକୁ ନେଇ ଗ୍ରାଉଣ୍ଡରେ ପହଞ୍ଚିବେ କର୍ମୀ ।୨୨ରୁ ୨୪ ଯାଏଁ ଜିଲ୍ଲା ଏବଂ ୨୫ରୁ ୨୭ ଯାଏଁ ସମସ୍ତ ମଣ୍ଡଳ ସ୍ତରରେ କର୍ମଶାଳା ଆୟୋଜନ କରିବାକୁ ସ୍ଥିର କରାଯାଇଛି ।

ସେପ୍ଟମ୍ବରରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବାକୁ ଏହି ଡ୍ରାଇଭରେ ୩୭ ହଜାର ବୁଥରେ ୨୦୦ ଲେଖାଏଁ ସଦସ୍ୟ କରିବାକୁ ରଖାଯାଇଛି ଲକ୍ଷ୍ୟ । ପୂର୍ବରୁ ୨୫ ହଜାର ସକ୍ରିୟ କାର୍ଯ୍ୟକର୍ତ୍ତା ଥିବା ବେଳେ ଆଗାମୀ ଦିନରେ ଏକ ଲକ୍ଷ ସକ୍ରିୟ କାର୍ଯ୍ୟକର୍ତ୍ତା କରିବା ଲକ୍ଷ୍ୟ ରହିଛି ।କୁହାଯାଉଛି, ଯେଉଁ ସାଙ୍ଗଠନିକ ଜିଲ୍ଲାରେ ବିଜେପି ଦୁର୍ବଳ ରହିଛି ସେହି ଜିଲ୍ଲା ଉପରେ ଅଧିକ ଫୋକସ କରିବ ଦଳ । ଏହାଛଡା ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ସଙ୍ଗଠନ ସଜାଡି ବିଜେଡି ଗଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ଦଳ ।ଏପଟେ ବିଜେଡି ମଧ୍ୟ ଜନ ଜାଗରଣ ଅଭିଯାନ ହାତକୁ ନେଇଛି । ଅଗଷ୍ଟ ୧୫ ତାରିଖରୁ ରାଜ୍ୟ ସରକାରଙ୍କ ବିରୋଧରେ ଏହି କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ପଞ୍ଚାୟତ ସ୍ତରରେ ଭୋଟରମାନଙ୍କୁ ସଚେତନ କରିବାକୁ ଲିଫ୍ଲେଟ ବାଣ୍ଟିବା ସହ ଧାରଣା ମଧ୍ୟ ପ୍ରଦର୍ଶନ କରାଯାଉଛି ।

LEAVE A REPLY

Please enter your comment!
Please enter your name here