କରଞ୍ଜିଆରେ ଭାରତ ବନ୍ଦ ର ପ୍ରବାହ 

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ମାନ୍ୟବର ସୁପ୍ରିମକୋର୍ଟ ଗତ ୧ ତାରିଖରେ ST, SCଙ୍କ ଆରକ୍ଷଣ ଉପରେ ଯେଉଁଭଳି ଐତିହାସିକ ରାୟ ପ୍ରଦାନ କରିଛନ୍ତି l ଏହା ବିରୋଦ୍ଧରେ ସାରା ଭାରତରେ ଆଦିବାସୀ ସଂଗଠନ ଓ ସାମାଜିକ ସଂଗଠନ ତୀବ୍ର ବିରୋଧ କରିଛନ୍ତି l କାରଣ ଏହି ଆଇନ ଯଦି କାର୍ଯ୍ୟକାରୀ ହୁଏ ତାହେଲେ ST,SC ଙ୍କ ଆସୁଥିବା ପିଢ଼ି ଉପରେ ମହାପ୍ରଭାବ ପଡିବ| ତାସହିତ ଧୀରେ ଧୀରେ ଆରକ୍ଷଣ ଉଛେଦ ହୋଇଯିବ ବୋଲି ପ୍ରକାଶ କରିଛନ୍ତି |ତେଣୁ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଏହି ଐଇତିହାସିକ ରାୟ କୁ ବିରୋଧ କରି ଆଜି ପୁରାଦେଶରେ ୧୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା |

ମିଳିତ ଆଦିବାସୀ ସଙ୍ଘ ସଦସ୍ୟ ଲଷ୍ମୀଧର ସିଂଙ୍କ ନେତୃତ୍ୱରେ ରଣଜିତ ସଂଖିଆଳ,ନିର୍ମଳ ସେଠି,ସଭାପତି ମୋନଜ କୁମାର ଟୁଡୁ,ରବି ମୁର୍ମୁ, ଅନାମ ଚରଣ ନାଏକ,ହୀରାଲାଲ ନାଏକ, ସୁଭାଷ ଚନ୍ଦ୍ର ନାଏକ,ପଞ୍ଚାନନ ନାଏକ, ଲାଲମହନ ହାଁସଦା,ଦେବାଶିଷ ବେହେରା,ଗଣେଶ୍ୱର ବଜ୍ରା ପ୍ରମୁଖ ଉପସ୍ଥିତ ରହି ଆଜି ସଖାଳ ୬ ଘଟିକା ସମୟରୁ ବିଭିନ୍ନ ଛକରେ ଆନ୍ଦଳନ କରିବା ସହିତ ଅତି ଜରୁରୀ କାଳୀନ ସେବା କୁ ଛାଡି ସମସ୍ତ ସ୍କୁଲ,କଲେଜ, ଦୋକାନବଜାର ଗାଡିମଟର ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିଥିଲେ | ଏହାର ପ୍ରବାହରେ ଜନଜୀବନ ପ୍ରବାଭିତ ହୋଇଥିଲା l ପୋଲିସ ପ୍ରଶାସନ ସ୍ଥାନେ ସ୍ଥାନେ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ | ତେବେ ବନ୍ଦର ପ୍ରଭାବ କିଛି ସମୟ ଦେଖିବାକୁ ମିଳିଥିବା ବେଳେ ପରେ ଗାଡି ମଟରକୁ ଛାଡି ଦୋକାନ ବଜାର ସ୍ୱାଭାବିକ ଥିବା ନଜର କୁ ଆସିଥିଲା l

LEAVE A REPLY

Please enter your comment!
Please enter your name here