ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ୫୯ ନମ୍ବର ଜାତୀୟ ରାଜପଥ ସମରଝୋଳ ଛକରେ ମର୍ମତନ୍ଦ ସଡ଼କ ଦୁର୍ଘଟଣା । ବସ ତଳେ ଚାପି ହୋଇ ୪ ମୃତ ୨୦ ରୁ ଉର୍ଦ୍ଧ ଆହତ । ଖମ୍ବେଶ୍ୱରୀ ବସ ସହ ଏକ ଅଏଲ ବୋଝେଇ ଟ୍ରକ୍ ମୁହାଁମୁହିଁ। ଚା ଦୋକାନ ଉପରେ ମାଡ଼ିଲା ବସ। ବସ ଯାତ୍ରୀ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଛନ୍ତି। କ୍ରେନ୍ ଯୋଗେ ବସ କୁ ଉଠାଇ ଦମକଳ ବାହିନୀ ଟିମ୍ ବସ ତଳେ ଚାପି ହୋଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରିଛନ୍ତି ।
ଘଟଣା ସ୍ଥଳେ ସମରଝୋଳ ଗ୍ରାମର ପଞ୍ଚୁ ଗୌଡ଼ (୬୦),ଅରକ୍ଷିତ ଗୌଡ଼ (୬୫), ଜଣେ ପରିବା ବ୍ୟବସାୟୀ ଏବଂ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ ଘଟିଛି । ଉଭୟ ପଞ୍ଚୁ ଏବଂ ଅରକ୍ଷିତ ଦୁହେଁ ସମୁଧି ହୋଇଥିବା ଜଣାପଡିଛି। ୨ ମୃତକ ଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତ ୪ ମୃତ ଶରୀରକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠା ଯାଇଛି। ୨ ଦମକଳ ବାହିନୀ ଟିମ୍ ଏବଂ ହିଞ୍ଜିଳି ପୋଲିସ ସମେତ ୩ ଥାନା ଅଧିକାରୀ ଙ୍କ ସମେତ ପୋଲିସ ପହଞ୍ଚି ରେସ୍କୁ ଅପରେସନ ଜାରି ରଖିଛନ୍ତି।
ସୂଚନା ପ୍ରକାରେ ବ୍ରହ୍ମପୁର ଆସ୍କା ଅଭିମୁଖେ ଯାଉଥିବା ଏକ ଗ୍ୟାସ ବୁଝେଇ ଟ୍ରକ ସହ ବିପରୀତ ପଟୁ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ୍ ଦୃତ୍ ଗତିରେ ଆସୁଥିବା ବେଳେ ମୁହାମୁହିଁ ହୋଇ ଭାରସାମ୍ୟ ହରାଇ ବସଟି ଓଲଟି ଯାଇଛି। ବସ୍ ଏବଂ ଟ୍ରକ୍ ର ଇଞ୍ଜିନ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି।
ମାର୍କଣ୍ଡ ଚା ଦୋକାନ ରେ ବସ୍ ଚଢିବା ଦ୍ଵାରା ସମ୍ପୂର୍ଣ ଦୋକାନ ନଷ୍ଟ ହେବା ସହ ଚା ପିଇବାକୁ ଆସିଥିବା ୩ ବ୍ୟକ୍ତି ଙ୍କ ମୃତ୍ୟ ଘଟିଥିବା ବେଳେ ଚା ଦୋକାନୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କୁ ପଠାଇଛି।
ଘଟଣା ସ୍ଥଳେ ଆସ୍କା ଏଡିପିଓ ଏବଂ ହିଞ୍ଜିଳି ତହସିଲଦାର ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛନ୍ତି। ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସୋକର ଛାୟା ଦେଖିବାକୁ ମିଳିଛି।