ଗଞ୍ଜାମ ଜିଲ୍ଲା ସମର ଝୋଳ ସଡକ ଦୁର୍ଘଟଣାର ଆହତଙ୍କୁ ଭେଟିଲେ ଶଡକ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ସମର ଜୋଳ ସଡକ ଦୃଘଟଣାର ସିକାର ହୋଇଥିବା ଆହାତଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଶଡକ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଆହାତ ଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଉତମ ସେବା ଯୋଗାଇ ଦେବା ଲାଗି ପ୍ରତି ସୃତି ଦେଇଛନ୍ତି ।

ଏଥିସହ ମୃତ୍ଯୁବରଣ କରିଥିବା ବ୍ଯକ୍ତିଙ୍କ ପରିବାର କୁ ସମବେଦନା ଜଣାଇଛନ୍ତି।ଓଡିଶା ମୁଖ୍ୟମନ୍ତୀ ମୃତକ ପରିବାରକୁ 2 ଲକ୍ଷ ଟଙ୍କା ଓ ଗୁରୁତ୍ୱର ଆହତଙ୍କୁ 1ଲକ୍ଷ ଟଙ୍କା ଘଷଣା କରିଛନ୍ତି।ଶଡକ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here