ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆହାର ଯୋଜନା ସରକାରଙ୍କ ଏହିପରି ଯୋଜନା ଜଣେ ବ୍ୟକ୍ତି ୫ ଟଙ୍କାରେ ଖାଦ୍ୟ ପାଇଥାଏ।ଯାହାଫଳରେ ଦୂରଦୂରାନ୍ତରୁ ବସ୍ ଯାତ୍ରୀ ଓ ମେଡିକାଲକୁ ଚିକିତ୍ସା ନିମନ୍ତେ ଆସିଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ବିଶେଷ ଉପକୃତ ହୋଇଥାନ୍ତି।ବ୍ରହ୍ମପୁର ଏମକେସିଜି ଆହାର କେନ୍ଦ୍ରଠାରେ ଆହାର ଯୋଜନା ନିୟମକୁ ଖୋଲା ଖୋଲି ଉଲଘଂନ କରାଯାଉଛି। ଲୋକଙ୍କୁ ଖାଇବା ବଦଳରେ ଫାଇବଟି ବେଗ ଓ ପଲିଥିନରେ ଖାଦ୍ୟ ପାର୍ସଲ ଦେବାର ଦୃଶ୍ୟ ସାମ୍ନାକୁ ଆସିଛ। ଯଥା ଶୀଘ୍ର ଏମକେସିଜି ଆହାର କେନ୍ଦ୍ରରେ ପାର୍ସଲକୁ ବନ୍ଦ କରି ନିୟମ ଅବମାନନା କରୁଥିବା କର୍ମଚାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।