ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଚିକିଟି ବିଷାକ୍ତ ମଦ ପିଇ ୨ ମୃତ୍ୟୁ ଓ ୨୧ ଜଣ ଅସୁସ୍ଥ ହେବା ଘଟଣା ସାରା ଓଡିଶାକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମଦମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି।
ଏହି ଟିମ୍ରେ ଶ୍ରୀ ପୂଜାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ କୁମାର ପଣ୍ଡା ରହିଥିବା ବେଳେ ଆଜି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଚିକିଟି ଗ୍ରସ୍ତ କରି ମୃତକଙ୍କ ପରିବାରଙ୍କୁ ମିଶିବା ସହ ସମବେଦନା ଜ୍ଞାପନ କରିଥିଲେ।