ବିଦ୍ୟାଳୟରେ ରହିଛି ମାଳ ମାଳ ସମସ୍ୟା

0

କୁକୁଡାଖଣ୍ଡି ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଠି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରହିଛି ମାଳ ମାଳ ସମସ୍ୟା। ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ନମିତା ରଥ ଙ୍କ ନାମରେ ମାଳ ମାଳ ଅଭିଯୋଗ ଆଣିଛନ୍ତି ଅଭିଭାବକ। ଅବ୍ୟବସ୍ଥା ଘେରରେ ରହିଛି ସ୍କୁଲ ପରିସର। ସ୍କୁଲ ରେ ନା ଅଛି ପାନୀୟ ଜଳ ବ୍ୟବସ୍ଥା ନା ରହିଛି ପାଠ ପଢିବା ପାଇଁ ଉପଯୁକ୍ତ କ୍ଲାସ ରୁମ୍ । ସାମାନ୍ୟ ବର୍ଷା ହେଲେ ସ୍କୁଲ ପରିସରରେ ଜମୁଛି ଆଣ୍ଠିଏ ପାଣି। ଦୀର୍ଘଦିନ ଧରି ସ୍କୁଲ ରେ ଏଭଳି ସମସ୍ୟା ଲାଗି ରହିଛି ବର୍ଷା ହେଲେ ପାଣି ଜମିବା ସହ ପାଣି ନିଷ୍କାସନ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ। ସ୍କୁଲ ରେ ଯେଉଁ ସବୁ ପୁରୁଣା କ୍ଲାସ ରୋମ ରହିଛି ତାହା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ରହିଥିବାରୁ ସେହି ପୁରୁଣା କୋଠା କୁ ଭାଙ୍ଗିବା ପାଇଁ କୌଣସି ପଦକ୍ଷେପ ମଧ୍ୟ ନିଆ ଯାଉନାହିଁ । ମଧ୍ୟାହ୍ନ ଭୋଜନ ରେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟକୁ ମଧ୍ୟ କିଛି ପିଲା ପସନ୍ଦ କରୁନାହାଁନ୍ତି। ମଧ୍ୟାହ୍ନ ଭୋଜନ ପରିଚାଳନା ପାଇଁ SHG ଗ୍ରୁପ କୁ ଦିଆ ଯାଇଛି। ସେମାନଙ୍କ ପରିଚାଳନା ବ୍ୟବସ୍ଥା ଠିକ୍ ଠାକ୍ ରହୁନଥିବା ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି।ଏ ନେଇ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।ଏପରିକି ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ବରେ ଥିବା SHG ଗ୍ରୁପ କୁ ୩ ମାସରୁ ଅଧିକା ବିଳମ୍ବରେ ବିଲ ପୈଠ କରାଯାଉଛି ବୋଲି SHG ଗ୍ରୁପ ମହିଳା ମାନେ ଅଭିଯୋଗ କରିଛନ୍ତି ।ଏନେଇ ଲାଠି ସରପଞ୍ଚ ରାଧାମୋହନ ସେଠି ବିଇଓ ଙ୍କୁ ଲିଖିତ ଅଭିଯୋଗ ପରେ ଆଜି ତଦନ୍ତ ରେ ଏବିଇଓ ତ୍ରିନାଥ ମଳିକ ସ୍କୁଲ କୁ ଆସିଥିଲେ। ତଦନ୍ତ ସରିବା ପରେ ଏବିଇଓ ଙ୍କୁ ଏ ବାବଦରେ ପଚାରିବାରୁ ପ୍ରତିକ୍ରିୟା ନ ଦେଇ ଚାଲିଯାଇଥିଲେ।ଯାହାକୁ ନେଇ ବଡ ପ୍ରଶ୍ନବାଚୀ।ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ଏବଂ ଅଭିଭାବକ ।

LEAVE A REPLY

Please enter your comment!
Please enter your name here