ଅବକାରୀ ବିଭାଗ ପକ୍ଷରୁ ଧରାକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ବେଆଇନ ମଦ ଭାଟି ଉପରେ ଚଢ଼ାଉ, ବିଦେଶୀ ଛାଡି ଦେଶୀ ମଦ ଉପରେ ହେଉଛି ଆକ୍ସନ 

0

ଗଞ୍ଜାମ (ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ଅଞ୍ଚଳ ତଥା ରୁଗୁମୁ, ହରିପୁର, ସାଇପୁର ଗ୍ରାମରେ ବେଆଇନି ଭାବେ ଦେଶୀ ରନ୍ଧା ମଦ ପ୍ରସ୍ତୁତ ହେଉଥିବା ବେଳେ ଆସିକା ,ଭଞ୍ଜନଗର,ସୋରଡା ଅବକାରୀ ବିଭାଗ ସହ ଛତ୍ରପୁର ଓ ବଡଗଡ଼ ପୋଲିସ ମିଶି ଚଢ଼ାଉ କରିଛନ୍ତି । ବ୍ୟାପକ ମଦ ସହ ପୋଚ ନଷ୍ଟ କରାଯାଇଛି l ତେବେ ସୋରଡା ତହସିଲଦାର ଙ୍କ ନେତୃତ୍ୱରେ ଅବକାରୀ ସୁପରିଟେଣ୍ଡେଣ୍ଟ ଓ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି। ଗଞ୍ଜାମ ଜିଲାରେ ମଦ ମୃତ୍ୟୁ ଘଟଣା ପରେ ଅବକାରୀ ବିଭାଗର ବର୍ତ୍ତମାନ ନିଦ ଭାଙ୍ଗିଛି l ବିଭିନ୍ନ ସ୍ଥାନରେ ଦେଶୀ ରନ୍ଧା ପ୍ରସ୍ତୁତି ଉପରେ ଚଢ଼ାଉ କରୀ ବିପୁଳ ପରିମାଣ ର ପୋଚ ନଷ୍ଟ ସହ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ଥିବା ସୂଚନା ରହିଛି l ହେଲେ ଅଧିକାରୀ ମାନେ ନକଲି ଵେଦେଶୀ ମଦ ଉପରେ ଚଢ଼ାଓ ନକରିବା ହେତୁ ବହୁ ବୁଦ୍ଧିଜୀବୀ ମନରେ ଅନେକ ପ୍ରଶ୍ନ ଉଠୁଛି I

LEAVE A REPLY

Please enter your comment!
Please enter your name here