କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- କରଞ୍ଜିଆ ବଜାରରେ ପ୍ରଥମ ଥର ପାଇଁ ମ୍ୟାନେଜି° ଡାଇରେକ୍ଟର ସଞ୍ଜୟ ସରାଫ୍ ଙ୍କ ଏକ ସୁଲଭମୂଲ୍ୟର ନୂତନ ମଲ “ଏମ୍ ବଜାର” ଆଜି ସାନଭୀ ପଣ୍ଡାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। କରଞ୍ଜିଆ ସିନେମା ହଲ ଛକ ନିକଟରେ ଏହି ମଲ ଉଦଘାଟନୀ ଅବସରରେ ଏମ୍ ବଜାର ମ୍ୟାନେଜର ତାପସ କୁମାର ପଲେଇ, ସୌଦାମିନୀ ଦାଶ, ବିଜୟ ଶଙ୍କର କର, କିଶୋର ପଣ୍ଡା, ଦିବ୍ୟ ରଞ୍ଜନ ପଣ୍ଡା ଓ ଅନୁପମା କରଙ୍କ ସହ ମଲ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ଗ୍ରାହକଙ୍କ ପ୍ରଵଳ ଗହଳି ହୋଇଥିବା ପରିଲକ୍ଷିତ ହୋଇଥିଲା।ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ଅଫର ମାନ ରହିଛି। ଏହି ଅଫର ଗୋଟିଏ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମ୍ୟାନେଜର ଶ୍ରୀ ପଲେଇ ସୂଚନା ଦେଇଛନ୍ତି। ଡ୍ରେସ୍ ର ସର୍ବନିମ୍ନ ମୂଲ୍ୟ ୯୯ ଟଙ୍କା ରଖାଯାଇଛି। ପ୍ରତ୍ୟେକ ସପ୍ତାହରେ ଲକି ଡ୍ରରେ ଅଫର ମଧ୍ୟ ରହିଛି ଓ ୪୯୯ ଟଙ୍କାର ଜିନିଷ କିଣିଲେ ଗିଫ୍ଟ କୁପନର ବ୍ୟବସ୍ଥା ରହିଛି ବୋଲି ସେ ପ୍ରକାଶ କରିଥିଲେ।