ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଯଶିପୁର ପଞ୍ଚାୟତ ଅଧିନସ୍ଥ ଅଙ୍ଗାରପଦା ଆବାସିକ ଖଡ଼ିଆ ମାଙ୍କଡିଆ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଅମାନୁଷିକ ଘଟଣା ଘଟିଛି। ସହକାରୀ ଶିକ୍ଷୟିତ୍ର ମଞ୍ଜୁଲତା ସାହୁଙ୍କ ବେତ ପାହାରରେ ଲହୁଲୁହାଣ ହୋଇଛନ୍ତି ୧୪ ଜଣ ଛାତ୍ରୀ । ସୂଚନା ପ୍ରକାରେ ସ୍କୁଲ ହଷ୍ଟେଲ ରେ ରହୁଥିବା ଛାତ୍ରୀମାନଙ୍କୁ ଠିକ୍ ଭାବେ ଖାଦ୍ୟ ଖାଇବାକୁ ଦିଆଯାଉନଥିଲା । ପେଟପୁରା ଖାଇବାକୁ ନପାଇ ଏହି ଜନଜାତିର ଛାତ୍ରୀମାନେ ଭୋକରେ ଆଉଟୁପାଉଟୁ ହୋଇରହିଥିଲେ। ଏପରି ନିର୍ଯାତନା ଅସହ୍ୟ ହେବାରୁ ୧୪ ଜଣ ଛାତ୍ରୀ ଭବାନୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକୁନ୍ଦ କେଶରୀ ମାଣ୍ଡିଙ୍କ ନିକଟରେ ଅଭିଯୋଗ କରିଥିଲେ l ପ୍ରଧାନ ଶିକ୍ଷକଙ୍କ ପ୍ରରୋଚନାରେ ଶିକ୍ଷୟିତ୍ରୀ ଜଣକ କ୍ରୋଧାନ୍ବିତ ହୋଇ ଛାତ୍ରୀମାନଙ୍କୁ ବେତ ବାଡ଼ିରେ ମାରି ଲହୁଲୁହାଣ କରିଦେଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ପ୍ରକଳ୍ପ ପ୍ରଶାସକ ପ୍ରବୀଣ ବାଣୁଆ ହଠାତ ହଷ୍ଟେଲରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରକଳ୍ପ ପ୍ରଶାସକଙ୍କ ତାଗିଦ୍ ପରେ ଆହତ ୧୪ ଜଣ ଜଣ ଅନ୍ତେବାସିନୀଙ୍କୁ ଯଶିପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପ୍ରଧାନଶିକ୍ଷକ ମଧ୍ୟ ଶିକ୍ଷଯିତ୍ରା ସହିତ ମିଶି ଦୁର୍ନୀତିରେ ଲିପ୍ତଥିବା ଜଣା ପଡିଛି ।
ଦଣ୍ଡ ମୁକ୍ତ ବିଦ୍ୟାଳୟରେ ଦଣ୍ଡ ଦେବାର ନିୟମ ନଥିଲେ ମଧ୍ଯ ଶିକ୍ଷୟିତ୍ରୀଙ୍କ ଏପରି ଦୁଃସାହସ ସମସ୍ତଙ୍କୁ ବ୍ୟଥିତ କରିଛି। ଘଟଣାର ସତ୍ୟାସତ୍ୟ ସମ୍ପର୍କରେ କରଞ୍ଜିଆ ପ୍ରକଳ୍ପ ପ୍ରଶାସକଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ ଘଟଣା ଘଟିଥିବା କଥା ସତ ବୋଲି କହିଥିଲେ । କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ଓ ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଥିବା ଜଣା ପଡିଛି।