ବାବା ପୂର୍ଣେଶ୍ୱର୍ ମନ୍ଦିରରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ଜନ୍ମାଷ୍ଟମୀ 

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା):- ସୋମବାର ପାଳନ ହୋଇଯାଇଛି ପବିତ୍ର ଜନ୍ମାଷ୍ଟମୀ, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ। ସାରା ଭାରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ। ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ।

ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଭଜନ କୀର୍ତ୍ତନ କରିଥାନ୍ତି।ଏହି ଅବସରରେ କରଞ୍ଜିଆ ସ୍ଥିତ ବାବା ପୂର୍ନେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଥିବା ରାଧାକୃଷ୍ଣ ମନ୍ଦିରରେ ମହା ଆଡମ୍ବର ସହିତ ପ୍ରଭୁଙ୍କର ଜନ୍ମାଷ୍ଟମୀ ପାଳନ ହୋଇଯାଇଛି |ଆଜି ସକାଳୁ ମନ୍ଦିର ଖୋଲିବା ପରେ ନିତିକ୍ଲାନ୍ତି ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲ| ଭିଡ଼କୁ ଦୃଷ୍ଟରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ୍ କରାଯାଇଥିଲା | ତେବେ ଆଜି ଦିନରେ ପ୍ରଭୁ କୃଷ୍ଣଙ୍କ ପୂଜାର୍ଚ୍ଚନା ଏବ ଦର୍ଶନ କଲେ ସମସ୍ତ ମନସ୍କାମନା ପୁରଣହୁଏ ବୋଲି ବିଶ୍ୱାସ ରହିଛି |

 

LEAVE A REPLY

Please enter your comment!
Please enter your name here