ଖବର ପ୍ରସାରଣ ପରେ ବିଧାୟକଙ୍କ ସ୍କୁଲ ଗ୍ରସ୍ଥ

0

କୁକୁଡାଖଣ୍ଡି ( ବିପ୍ଲବୀ ପରିକ୍ରମା ):-:: କୁକୁଡ଼ାଖଣ୍ଡି ବ୍ଲକ ଅଧିନ ଲାଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମାଳ ମାଳ ସମସ୍ୟା ଥିବାର ଖବର ପ୍ରସାରିତ ହେବା ପରେ ସ୍କୁଲ ପରିସର ବୁଲି ଦେଖିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ନମିତା ରଥ ଙ୍କ ନାମରେ ମାଳ ମାଳ ଅଭିଯୋଗ ଆଣିଛନ୍ତି ଅଭିଭାବକ। ଅବ୍ୟବସ୍ଥା ଘେରରେ ସ୍କୁଲ ପରିସର ରହିଥିବାରୁ ସାମାନ୍ୟ ବର୍ଷା ହେଲେ ସ୍କୁଲ ପରିସରରେ ଜମୁଛି ଆଣ୍ଠିଏ ପାଣି। ସ୍କୁଲ ରେ ଯେଉଁ ସବୁ ପୁରୁଣା କ୍ଲାସ ରୋମ ରହିଛି ତାହା ବର୍ତ୍ତମାନ ଶୋଚନୀୟ ଅବସ୍ଥାରେ ରହିଥିବାରୁ ସେହି ପୁରୁଣା କୋଠା କୁ ଭାଙ୍ଗିବା ପାଇଁ କୌଣସି ପଦକ୍ଷେପ ମଧ୍ୟ ନିଆ ଯାଉନାହିଁ । ଯେହେତୁ ବର୍ଷା ଦିନ ଜାରି ରହିଛି ସ୍କୁଲ ପରିସର ଘାସ ବୁଦା ପାଲଟିବା ହେତୁ ସାପ ଇତ୍ୟାଦି ରହୁଛନ୍ତି। ଯାହା ପିଲାଙ୍କ ପାଇଁ ଅସୁରକ୍ଷିତ ପରିବେଶ ପାଲଟିଛି। ସ୍କୁଲ ପଛପଟେ ପାଚେରୀ ନଥିବାରୁ କ୍ଲାସ ରୁମ୍ ଭିତରେ ଗାଇ ଗୁରୁ ଇତ୍ୟାଦି ପଶି କ୍ଲାସ ରୋମ ଅପରିସ୍କାକାର କରିବା ସହ ପାନୀୟ ଜଳ ଏବଂ ଉପଯୁକ୍ତ କ୍ଲାସ ରୋମ ଭଳି ବିଭିନ୍ନ ସମସ୍ୟା ଥିବା ବିଧାୟକ ଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

    ସୋମବାର ସନ୍ଧ୍ୟାରେ ଲାଠି ଗୋପାଳ ସମାଜ ରେ ଜନ୍ମାଷ୍ଟମୀ ଉତ୍ସବ ରେ ବିଧାୟକ ଯୋଗ ଦେଇଥିଲେ ପରେ ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ସ୍କୁଲ ପରିସର ବୁଲି ଦେଖିଲେ। ଜନପ୍ରତିନିଧି ଭାବେ ସମସ୍ୟା ବୁଝିବା ମୋର ଦାୟିତ୍ୱ, ପୂର୍ବ ସରକାର ର ଅବହେଳା ଯୋଗୁଁ ଏଭଳି ସମସ୍ୟା ରହିଛି। ସ୍କୁଲ ତଦନ୍ତ ରେ କିଏ ଆସୁଥିଲେ, କାହା ଅବହେଳାରୁ ଏହି ସବୁ ସମସ୍ୟା ରହିଛି ଏହି ବିଷୟରେ ବିଇଓ ଙ୍କ ସହ କଥା ହୋଇ ସମସ୍ୟା ର ଯଥା ଶୀଘ୍ର ସମାଧାନ କରିବୁ ବୋଲି ବିଧାୟକ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here