ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ନୂତନ ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ ଡ଼ଃ. ତୁଷାର ରଞ୍ଜନ ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିପୂର୍ବରୁ ସେ ଢେଙ୍କାନାଳ ରେ ଏଡିଭିଓ ଭାବେ କାର୍ଯ୍ୟ ରତ ଥିଲେ ବର୍ତମାନ ପଦନିତ ହୋଇ ଗଜପତି ଜିଲ୍ଲାର ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ସରକାରଙ୍କ ବିଭିନ୍ନ ଯୋଜନା ସଫଳ କାର୍ଯ୍ୟକାରି କରିବା ସକାଶେ ଚେଷ୍ଟା କରିବେ। ଚାଷୀ ମାନଙ୍କର ଯେପରି ଉନ୍ନତି ହୋଇପାରିବ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ସେମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ତା ଉପରେ ଗୁରୁତ୍ୱ ଦିଆଯିବ।