ପରିବାରର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା,

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସଂପର୍କରେ ବଡ଼ ଘୋଷଣା। ପରିବାରର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଯୋଜନାରେ ଟଙ୍କା। ବିଧାନସଭାରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ଗୋଟିଏ ପରିବାରରେ ୩ ବା ୪ ଜଣ ମହିଳା ଥିଲେ, ବି ସମସ୍ତେ ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ମଧ୍ୟ ଏହି ଯୋଜନାରେ ଟଙ୍କା ପାଇବେ ବୋଲି ସୂଚନା ଦେବା ସହ ଏହି ଯୋଜନାରେ ହିତାଧିକାରୀ ଚୟନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି।ରାଜ୍ୟରେ କେମିତି କାର୍ଯ୍ୟକାରୀ ହେବ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’। ଶୁକ୍ରବାର ଆସିଥିଲା SOP । ଆଉ ଗତକାଲି ସୋମବାର ଆସିଥିଲା ନିର୍ଦ୍ଦେଶାବଳୀ। । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ ପୂର୍ବରୁ ଜାରି SOP ଭଳି ପ୍ରାୟତଃ ସମାନ ରହିଥିଲା । ଅର୍ଥାତ ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ ମହିଳା ହିଁ ଆବେଦନ କରିପାରିବେ । ଆଧାର କାର୍ଡର ଜନ୍ମ ତାରିଖ ଅନୁଯାୟୀ ବୟସ ଗଣନା କରାଯିବ। ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଅଧିକ କିମ୍ବା ୬୦ରୁ କମ୍ ହୋଇଥିବା ଦରକାର।କେବଳ ଏତିକି ନୁହେଁ, କେମିତି ଓ କେଉଁଠି ଆବେଦନ କରିବେ ସେନେଇ ନିର୍ଦ୍ଦେଶାବଳୀରେ ବିସ୍ତୁତ ତଥ୍ୟ ଦିଆଯାଇଛି। ‘ସୁଭଦ୍ରା’ ସହାୟତା ପାଇଁ ଉଭୟ ଅଫ୍ ଲାଇନ୍ ଓ ଅନ୍ ଲାଇନରେ ନିର୍ଦ୍ଧାରିତ ଫର୍ମ ଜରିଆରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ। ଆବେଦନକାରୀ ଯୋଗ୍ୟ ହେବା ପାଇଁ ଇ-କେୱାଇସି ଘୋଷଣାନାମା ଦେବେ। ଯୋଗ୍ୟ ବିବେଚିତ ହେବା ପରେ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ତଥା ଏକ ଏଟିଏମ୍ କମ୍ ଡେବିଟ୍ କାର୍ଡ ପ୍ରଦାନ କରାଯିବ।

LEAVE A REPLY

Please enter your comment!
Please enter your name here