ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ସରକାର ଛୋଟଛୋଟ ପିଲାଙ୍କ ଭବିଶ୍ଵତ ପାଇଁ ଅଙ୍ଗୱାଡ଼ି କେନ୍ଦ୍ର ରୂପାନ୍ତରିତ କରି କଟିକଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ କିନ୍ତୁ ଛୋଟଛୋଟ ପିଲାଙ୍କ ଭୋବିଶ୍ୱତ ଏକ ଭାଡାଟିଆ ଘର ବାରଣ୍ଡାରେ | ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ | ଏବେବି ଠାକୁରମୁଣ୍ଡା ବ୍ଲକ ରେ ଅନେକ ଗାଁରେ ଅଙ୍ଗନବାଡି ପାଇଁ ଘର ନାହିଁ lକିଛି ଯାଗାରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି ଶିକ୍ଷାଦାନ l ଅନେକ ଗାଁରେ ଘରଟିଏର ସୁବିଧା ମିଳୁନାହିଁ,ସେଥିପାଇଁ ବାରଣ୍ଡାରେ ଚାଲିଛି ଅଙ୍ଗନବାଡି ଶିକ୍ଷା କେନ୍ଦ୍ର l
ଏଭଳି ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଠାକୁରମୁଣ୍ଡା ବ୍ଲକ ପଡିଆବେଡା ଗ୍ରାମପଞ୍ଚାୟତ ସିମଡିହା ଗ୍ରାମର ପାହାଡ଼ପୁର ସାହି ରେ l ପାହାଡ଼ପୁର ମୂଳ ଗ୍ରାମରୁ ପ୍ରାୟ ୨ କିମି ଦୂରରେ ପ୍ରାଥମିକ ସ୍କୁଲଟିଏ ରହିଛି, ଏଠାରେ ୮୬ ପରିବାର ବାସ କରନ୍ତି lବହୁ କଷ୍ଟରେ ଗତ ୩ ବର୍ଷ ତଳେ ସେଠାରେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଥିଲା lସେହି କେନ୍ଦ୍ରର କର୍ମୀ ଭାବରେ ମଲ୍ଲି ପୂର୍ତ୍ତି କର୍ଯ୍ୟକରୁଥବା ବେଳେ lତାଙ୍କ ନିଜ ଘର ବାରଣ୍ଡାରେ ଚଳେଇ ରଖିଛନ୍ତି ଅଙ୍ଗନବାଡ଼ି କେନ୍ଦ୍ର l ବାରଣ୍ଡାରେ ଛୋଟ ଶିଶୁ ମାନେ ପାଠ ପଢୁଥିବା ବେଳେ ବର୍ଷା କାରଣରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଉଥିବା ଦେଖିବାକୁ ମିଳିଛି l
ବର୍ଷା ହେବା ଫଳରେ ବାରଣ୍ଡା ଭିଜି ଅଦା ହୋଇଯାଉଛି l ବିପଦ ସଂକୁଳନ ଅବସ୍ଥାରେ ରହିଛି ଚାଳଖପର ଘର କେତେବେଳେ ଭି ଚାଳଖାପର ପିଲାଙ୍କ ଉପରେ ପଡ଼ିଯାଇପରେ ସେକଥା କିଏ କହିବ ବର୍ତ୍ତମାନ ସେହି ଅଙ୍ଗନବାଡ଼ି କେନ୍ଦ୍ରରେ ୧୭ ଜଣ ପିଲା ଶିକ୍ଷା ଲାଭ କରୁଅଛନ୍ତି l
ସିଡିପିଓଙ୍କୁ ଏ ସମ୍ପର୍କରେ ପଚାରିବାରୁ ଘର ମିଳୁନଥିବା ଏବଂ ବିଡ଼ିଓ ଆମକୁ ଘରର ବ୍ୟବସ୍ଥା କରୁନାହାନ୍ତି ବୋଲି ଏ ସମସ୍ୟା ହେଉଥିବା କହିଛନ୍ତି l ଠାକୁରମୁଣ୍ଡା ବ୍ଲକରେ ଏଭଳି ଅନେକ ଗୁଡ଼ିଏ ଅଙ୍ଗନବାଡି କେନ୍ଦ୍ର ଅଛି ଯେଉଁଠି କି ଘର,ପାଇଖାନା, ପିଲାମାନଙ୍କ ପାଇଁ ରୋଷେଇ ଘର, ଅଙ୍ଗନବାଡି କେନ୍ଦ୍ରରେ ପାଣିର ସୁବିଧା,ବିଜୁଳି ଇତ୍ୟାଦିର ଅସୁବିଧା ରହିଛି ।ତେବେ ପ୍ରଶାସନ ତୁରନ୍ତ ପାହାଡ଼ପୁର ଅଙ୍ଗନବାଡି ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି l