କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଯାଇଛି କଟକ ସାତ ସାହି ନୃତ୍ୟ ଉତ୍ସବ

0

(କଟକ);କଟକ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଯାଇଛି କଟକ ସାତ ସାହି ନୃତ୍ୟ ଉତ୍ସବ । ଏହି କାଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର l ତେବେ 9 ଦିନ ଧରି ଦୁଲୁକିବ କଟକ ଉପର ବାଲିଯାତ୍ରା ପଡିଆ । ଜମିବ ନୃତ୍ୟ, ସଙ୍ଗୀତ ଓ ନାଟକ ମହୋତ୍ସବର ଆସର । ସାତ ସାହି କଟକ ନୃତ୍ୟତ୍ସବ ଚଳିତବର୍ଷ ତାର 14 ବର୍ଷ ପୂର୍ତ୍ତି ପାଳନ କରୁଛି। କେବଳ ନାଚ ଗୀତ ନୁହେଁ 100ରୁ ଊର୍ଦ୍ଧ୍ବ ଷ୍ଟଲ ମଧ୍ୟ ରହିବ ଏହି ମହୋତ୍ସବରେ । ବିଭିନ୍ନ ପ୍ରକାର ସାମଗ୍ରୀ ସହ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବି ଉପଲବ୍ଧ ରହିବ । ମହୋତ୍ସବର ପ୍ରଥମ ଦିନକୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବାବେଳେ ଏଥିରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ. ଦୁର୍ଗା ଚରଣ ଦାଶ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, କଟକ ଡିସିପି ପିନାକ ମିଶ୍ର, ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳ, ବିଶିଷ୍ଟ ଭେଷଜ ଚିକିତ୍ସକ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ସିଏମସି ୧୬ ନମ୍ବର କର୍ପୋଟର ଲକ୍ଷ୍ମୀପ୍ରିୟା ବେହେରା, ଇଂ.ପୂର୍ଣ୍ଣଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆଞ୍ଚଳିକ ଓ ଜାତୀୟସ୍ତର କଳା ସଂସ୍କୃତିର ଏକ ସଂଗମସ୍ଥଳ ବୋଲି ମତବ୍ୟକ୍ତ କରିଥିଲେ । ତେବେ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ କରି ବିଶିଷ୍ଟ କର୍କଟରୋଗ ଚିକିତ୍ସକ ପ୍ରଫେସର ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାନ୍ତି, ସ୍ତ୍ରୀ ଓ ପ୍ରସୁତି ବିଭାଗ ଡାକ୍ତର ବର୍ଷା ସାହୁ, ଇଂ. ସ୍ମୃତିରଞ୍ଜନ ସାହୁ, ସରସ୍ୱତୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଶ୍ୱଜିତ ତ୍ରିପାଠୀ, ଶ୍ରଦ୍ଧାସବୁରୀ ହସ୍ପିଟାଲ, ବାଳକୃଷ୍ଣ ଅଗ୍ରୱାଲ, ଆଇନଜୀବୀ ଶୁଭଦତ୍ତ ରାଉତରାୟ ଓ ଜ୍ୟୋତିରଞ୍ଜନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here