କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର୍ ସ୍ୱାଇଁଙ୍କ ନେତୃତ୍ୱରେ ଗତକାଲି ବିଳମ୍ବିତ ରାତି ବନବିଭାଗର ଏକ ଦଳ ୪୯ ନମ୍ୱର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ସିଙ୍ଗଡ଼ା ନିକଟରେ ଏକ ବେଆଇନ କେନ୍ଦୁପତ୍ର ଗାଡ଼ିକୁ ଜବତ କରିବା ସହିତ ୩ ଜଣକୁ ଅଟକ ରଖିଥିବା କରଞ୍ଜିଆ ବନବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୂଚନାରୁ ଯାହା ପ୍ରକାଶ କି WB 31 A 5409 ନମ୍ୱର ବିଶିଷ୍ଟ ଏକ ପିକପ୍ ଗାଡ଼ି ୪୯ ନମ୍ୱର୍ ଜାତୀୟ ରାଜପଥରେ ଯାଉଥିବା ବେଳେ ସିଙ୍ଗଡ଼ା ବନପାଳ ଦିପ୍ତିମୟି ସେଠୀ ପିକପ୍ ଟିକୁ ଅଟକ ରଖି ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର କେନ୍ଦୁପତ୍ର ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ ।
ଖବର ପାଇଁ ବନଖଣ୍ଡ ଅଧିକାରୀ ଶ୍ରୀ ନାଏକ ଘଟଣା ସ୍ଥଳରେ ପହଞ୍ଚି କେନ୍ଦୁପତ୍ର ବୋଝେଇ ଗାଡ଼ି ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ କରଞ୍ଜିଆ ବନାଞ୍ଚଳ କାର୍ଯ୍ୟାଳୟରେ ଅଟକ ରଖି ଅଧିକ ତଦନ୍ତ କରାଯାଉଥିବା ସୂଚନା ମିଳିଛି।