ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ବର୍ଷାରେ ମାଟିକାନ୍ଥ ଭୁଷୁଡି ପଡିବାରୁ, କାନ୍ଥ ତଳେ ଚାପିହୋଇ ଦୁଇ ବର୍ଷର ଶିଶୁପୁତ୍ର ର ମୃତ୍ୟୁ । ଭଂଜନଗର ଥାନା ଅନ୍ତର୍ଗତ ବାଇବାଲି ଗାଁ ତୋଟାସାହି ରେ ଘଟିଛି ଏଭଳି ଘଟଣା । ଭଂଜନଗର ମେଡିକାଲରେ ମୃତ ଘୋଷଣା କରାଯାଇଛି । ଗତ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଏହି ଗାଁ ର ବସନ୍ତ ପ୍ରଧାନ ଙ୍କ ମାଟି ଘରକୁ, ଗତ ଦୁଇମାସ ପୂର୍ବରୁ ବଣୁଆ ହାତୀ ପଲ ଭାଙ୍ଗି ଦେଇଥିଲେ । ଫଳରେ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା ଏବଂ ସେହି ଘରେ ବସନ୍ତଙ୍କ ସ୍ତ୍ରୀ ଓ ୩ ସନ୍ତାନ ରହୁଥିଲେ । ଗତକାଲି ଲଗାଣ ବର୍ଷା ଯୋଗୁଁ, ରାତିରେ ମାଟିକାନ୍ଥ ଟି ଭୁଷୁଡି ପଡ଼ିଥିଲା । ଫଳରେ ସମସ୍ତେ ଆହତ ସୋଇଥିଲେ । ଦୁଇବର୍ଷର ଛୁଆଟି ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଛୁଆକୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ, ହାତୀ ଘର ଭାଙ୍ଗବା ପରେ ବନବିଭାଗ କିମ୍ବା ସ୍ଥାନୀୟ ଆରଆଇ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ଘର ନିର୍ମାଣ ବ୍ୟବସ୍ଥା କୁ ଗୁରୁତ୍ବ ଦେଲେ ନାହିଁ । ଫଳରେ ପୁଅ, ବୋହୁ ଏବଂ ନଆତଇ- ନାତୁଣୀ ମାନେ ସେହି ଭଙ୍ଗା ଘରେ ରହୁଥିଲେ । ଏବଂ ଶେଷରେ ଭଙ୍ଗା ଘରର କାନ୍ଥ ପଡ଼ି, ସେଥିରେ ଚାପି ହୋଇ ନାତିର ଜୀବନ ଗଲା ବୋଲି, ଅଭିଯୋଗ କରିଛନ୍ତି ଜେଜେବାପା ଜଳନ୍ଧ୍ର ପ୍ରଧାନ ।