ଓଡ଼ିଶା ସାମ୍ବାଦିକ ସଂଘ ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଗଣତନ୍ତ୍ରରେ ମୁଖ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର ଠିକ୍ ପରିଚାଳନା ପାଇଁ ଚତୁର୍ଥ ସ୍ତମ୍ଭ ଗଣମାଧ୍ଯମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଏହାକୁ ନେଇ ବାରିପଦା ଷ୍ଟାଡିୟମ ସଭାଗୃହରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)ର ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ବୁଦ୍ଧିଜୀବୀ ସମ୍ମିଳନୀରେ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି। ଜିଲ୍ଲା ସ୍ତରୀୟ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ପ୍ରଫେସର ଡ. ପୁଷ୍ପା ପାତ୍ର, ସମ୍ମାନିତ ଅତିଥି ଭାବେ ବାରିପଦା ପୌରାଧ୍ଯକ୍ଷ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିନାଶ ପାଣି,ସାମାଜିକ କର୍ମୀ ମୁରାଲିଲାଲ ଶର୍ମା, ଓଜେୟୁର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ଉପସଭାପତି ଦୀପକ କୁମାର ନାୟକ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା ଏବଂ କୋଷାଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀ ଯୋଗଦେଇ ‘ଭାରତୀୟ ଗଣତନ୍ତ୍ରରେ ୪ଟି ସ୍ତମ୍ଭର ଗୁରୁତ୍ବ, ସ୍ଥିତି ଶୀର୍ଷକରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନାଚକ୍ରରେ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ମୟୂରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଡ. ଶ୍ୟାମସୁନ୍ଦର ଦାସ, ବଟି ବରିଷ୍ଠ ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦଗୋସ୍ୱାମୀ ପ୍ରମୁଖ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ତେବେ ଏହାର ସମାଧାନ ପାଇଁ ଖବରଦାତାମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।

ଏହି ଅବସରରେ ସଂଘର ପ୍ରାକ୍ତନ ଜିଲ୍ଲା ସଭାପତି ସ୍ବର୍ଗତ ସୁବାସ ମହାନ୍ତିଙ୍କୁ ମରଣୋତ୍ତର ସମ୍ମାନ ସହ ହରେକୃଷ୍ଣ ତ୍ରିପାଠୀଙ୍କୁ ସୁବାସ ମହାନ୍ତି ସ୍ମୃତି ସମ୍ମାନ ଏବଂ ବିଭିନ୍ନ ସବ୍‌ଡିଭିଜନରୁ ଆନନ୍ଦ ଦାସ, ସନ୍ତୋଷ କୁମାର ମହାନ୍ତ, ନନ୍ଦକିଶୋର କିସ୍କୁ ସର୍ବେଶ୍ୱର ମହାନ୍ତଙ୍କୁ ସମ୍ବନ୍ଧିତ କରାଯାଇଥିଲା। ବରିଷ୍ଠ ଖବରଦାତା ମଧୁସୂଦନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧୁବେଶନରେ ଅନୁଷ୍ଠିତ ଓଜେୟୁର ଜିଲ୍ଲା ସାଙ୍ଗଠନିକ ବୈଠକରେ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ କର୍ମକର୍ଭା ଚୟନ କରାଯାଇଥିଲା। ଏଥିରେ କରଞ୍ଜିର ବିନ୍ଦୁସାର ଦାସ୍ ଙ୍କୁ ଜିଲ୍ଲା ଉପସଭାପତି ଚୟନ କରିଥିବା ବେଳେ ସହ ସଂପାଦକ ଭାବେ ପାର୍ଥପ୍ରଶ୍ନ ମିଶ୍ରକୁ ଚୟନ କରାଯାଇଥିଲା |

 

LEAVE A REPLY

Please enter your comment!
Please enter your name here