୧୭ ଦଫା ଦାବିନେଇ ଗଜପତି ଜିଲ୍ଲା ବାମପନ୍ଥୀ ସିପିଆଇ ଦଳର ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ୧୭ ଦଫା ଦାବିନେଇ ଗଜପତି ଜିଲ୍ଲା ବାମପନ୍ଥୀ ସିପିଆଇ ଦଳର ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନକୁ ଓଲାଇଛନ୍ତି । ଆଜି ପାରଳାଖେମୁଣ୍ଡି କଲେଜ ଛକ ନିଟରୁ ସିପିଆଇର ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ନାରେ ଧାରଣାରେ ବସିଛନ୍ତି ।

ସେମାନଙ୍କ ମୁଖ୍ୟ ଦାବୀହେଲା ବାଶହରା ମାନଙ୍କୁ ଘର ଢ଼ିହ ପଟା ପ୍ରଦାନ,ଜମିହୀନଙ୍କୁ କେନ୍ଦ୍ରୀୟ ଆଇନ ୨୦୦୬ ଆନୁସାରେ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଉ ,ଜିଲ୍ଲାର ନୂଆଗଡ଼ ବ୍ଲକରେ ସୁନ୍ଦରଡାଙ୍ଗ ଗ୍ରାମ ଠାରୁ ହଟିଲିମା ଡିମ୍ବିରି ସାହି ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ କରାଯାଉ ,ଗଜପତି ଜିଲ୍ଲାରେ ସରକାରୀ ଜମିକୁ ଆଦିବାସୀ ଦଖଲ କରିଥିବା ଜମିକୁ ଯଥାଶୀଘ୍ର ଚିନ୍ନଟ କରିବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ଇତ୍ୟାଦି ଦାବିନେଇ ୧୭ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଆଦିବାସୀଙ୍କ ଦାବିକୁ ଅଗ୍ରଅଧିକାରରେ ବିଚାରକୁ ନେଇ ତୁରନ୍ତ ସମାଧାନର ବ୍ୟବସ୍ଥା ନକଲେ କିମ୍ବା ଦାବୀପୁରଣ ନହେଲେ ଗଜପତି ଜିଲ୍ଲାର ଆଦିବାସୀ ରାଜରାସ୍ତାକୁ ଓଲେଇ ଆନ୍ଦୋଳନକୁ ଜୋରଦାର କରିବେ ଯାହାର ଦାୟୀ ସରକାର ରହିବେ ବୋଲି ଚେତାବନୀ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here