ବିକ୍ରି ହେବନି ଆଉ ପ୍ଲାଷ୍ଟର ପ୍ୟାରିସ୍ ମୂର୍ତ୍ତୀ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗତ ବର୍ଷଠାରୁ ଲାଗୁ ହୋଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମା ଅନୁସାରେ ଏଣିକି ଆଉ ବିକ୍ରି ହେବନି ପ୍ଲାଷ୍ଟର ଅଫ ପ୍ୟାରିସ୍ ମୂର୍ତ୍ତି l ଗଣେଶ ପୂଜାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ପ୍ଲାଷ୍ଟରଅଫ ପ୍ୟାରିସ୍ ମୂର୍ତ୍ତି ବ୍ୟବହାର ଉପରେ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଯାହାକୁ ନେଇ ମାଟି ମୂର୍ତ୍ତି ନିର୍ମାଣ କରୁଥିବା କାରିଗରଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି।

 

ପ୍ରଶାସନର ଏହି ନିଷ୍ପରି ମୂର୍ତ୍ତି କାରିଗରଙ୍କ ଲୋପ ପାଇଥୁବା କୌଳିକ ବୃଦ୍ଧିକୁ ପୁନଃ ଜୀବିତ କରିଛି। ମୂର୍ତ୍ତି କାରିଗରଙ୍କୁ ଏହି ନିର୍ଦ୍ଦେଶନାମା ପୁଣି ଥରେ ଜିଲ୍ଲାର ମୂର୍ତ୍ତି କାରିଗରମାନେ ରୋଜଗାର ପନ୍ଥା ଦେଖାଇବ ବୋଲି କହିଛନ୍ତି। ସେହିପରି ଏହି ନିଷ୍ପତ୍ତିକୁ ପରିବେଶବିତମାନେ ସ୍ବାଗତ କରିଛନ୍ତି । ହିନ୍ଦୁ ରୀତି ଅନୁସାରେ ପୂର୍ବରୁ ଗଜପତି ଜିଲ୍ଲାରେ ମାଟି ମୂର୍ତ୍ତି ପୂଜା ହେଉଥିଲା। ହେଲେ ଗତ ଏକ ଦଶନ୍ଧିରୁ ଅଧ‌ିକ ସମୟ ହେଲାଣି ଜିଲ୍ଲାରେ ପ୍ଲାଷ୍ଟରଅଫ ପ୍ୟାରିସ୍ ବହୁଳ ବ୍ୟବହର ଦେଖୁବାକୁ ମିଲିଥିଲା। ଜିଲ୍ଲାର ବିଭିନ୍ନ ଜଳାଶୟ କ୍ଷତିଗ୍ରସ୍ତ ହୋଇ ଏବେ କୌଣସି ବ୍ୟବହାର ହୋଇପାରୁନି କି ପୁନରୁଦ୍ଧାର ହୋଇପାରୁନାହିଁ I ସେହିକ୍ରମରେ ଚଳିତବର୍ଷ ପ୍ଲାଷ୍ଟରଅଫ ପ୍ୟାରିସ୍ ମୂର୍ତ୍ତି ଉପରେ କଟକଣା ଲଗାଇବାକୁ ଗତ ବର୍ଷଠାରୁ ନିଷ୍ପତି ହୋଇଥିଲା । ପାରଳା ପୌରପାଳିକା ତରଫରୁ ପିପି ମୂର୍ତି ବ୍ୟବହାର ନ କରିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରର ବିଭିନ୍ନ ସାହିରେ ସଚେତନ କରାଯାଇଥିଲା I ପ୍ରଶାସନର ଏହି ନିଷ୍ପତି ପରେ କାରିଗରମାନେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରି ଦେଉଛନ୍ତି! ପାରଳାଖେମୁଣ୍ଡିର ଚିତ୍ରକାର ସାହି ଓ ଜଦିଚନ୍ଦ୍ର ସାହିରେ ପ୍ରାୟ ୪୦ରୁ ଉର୍ଦ୍ଧ ମୂର୍ତ୍ତି କାରିଗରୀ ପରିବାର ରୁହନ୍ତି । ସେମାନଙ୍କ କହିବା ହେଲା, ସରକାରଙ୍କ ଏହି ନିଷ୍ପତ୍ତି କ୍ରମେ ଆମେ ଦୁଇ ପଇସା ରୋଜଗାର କରିପାରିବୁ, ଚିତ୍ରକାରମାନଙ୍କ ମାଟିରେ ତିଆରି ମୂର୍ତ୍ତି ନିର୍ମାଣ କ୍ରମଶଃ କମିଯିବା ହେତୁ ତାହା ସ୍ଥାନ ନେଇଥୁଲା ଛାଞ୍ଚ ତିଆରି ରଙ୍ଗବେରଙ୍ଗର ପ୍ଲାଷ୍ଟରଅଫ ପ୍ୟାରିସ୍ ମୂର୍ତ୍ତି, ଏବେ ପ୍ରଶାସନର ନିଷ୍ପତ୍ତି ପରେ ପାରଳାଖେମୁଣ୍ଡିର ୪୦ ପରିବାର ପୁଣି ଥରେ ଅଣ୍ଡା ଭିଡିଛନ୍ତି ।

LEAVE A REPLY

Please enter your comment!
Please enter your name here