ଆଜିଠୁ ସୁଭଦ୍ରା ଦାଖଲ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ଣରୁ ଫର୍ମ ଦାଖଲ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବା ନିଶୁକ୍ଳ ରହିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମୋ ସେବା, ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ ହିତାଧିକାରୀ,ଜିଲ୍ଲାପାଳଙ୍କ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନରେ କରିପାରିବେ ଫର୍ମ ଦାଖଲ ସମ୍ପୂର୍ଣ୍ଣ ମାଗଣା ସୁଭଦ୍ରା ପାଇଁ www.subhadra.odisha.gov.in ପୋର୍ଟାଲ ରହିଛି,କୌଣସି ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର 14678ରେ ଯୋଗଯୋଗ କରିପାରିବେ,ଏହା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ l

ସୁଭଦ୍ରା ଯୋଜନା ପାଇଁ କଣ ଆବଶ୍ୟକ ?

ଆଧାର କାର୍ଡ

ମୋବାଇଲ ନମ୍ବର

ବ୍ୟାଙ୍କ ଆକାଉଣ୍ଟ

ରାସନ କାର୍ଡ

କେଉଁମାନେ କରିପାରିବେ ଆବେଦନ:

ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ,ଆବେଦନକାରୀଙ୍କ ବୟସ 21 ବର୍ଷରୁ ଅଧିକ 60 ବର୍ଷରୁ କମ ହୋଇଥିବ,ଆବେଦନକାରୀଙ୍କ ପରିବାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ,ପରିବାରର କୌଣସି ସଦସ୍ୟ ସାଂସଦ କିମ୍ବା ବିଧାୟକ ହୋଇନଥିବେ l

LEAVE A REPLY

Please enter your comment!
Please enter your name here