ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- – ଲକ୍ଷ ଲକ୍ଷ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ସିଟି ଏବଂ ଜିଏସଟି ବିଭାଗ ର ଏକ ବଡ ଧରଣର ଚଢ଼ାଉ ଆଜି ଏକକାଳୀନ ଦୁଇଟି ଗହଣା ଦୋକାନରେ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ଦୋଳପଡ଼ିଆ ନିକଟରେ ଥିବା ଦୁଇଟି ଦୋକାନ ରେ | ଦୁଇଟି ଦୋକାନ ଜିଏସଟି ଫାଙ୍କିବା ଅଭିଯୋଗ ବହୁବାର ଆସୁଥିଲା ଏହାକୁ ଆଧାର କରି ଡେପୁଟି କମିଶନର ବିଭାଗର ଅଧିକାରୀ କୁଳମଣି ମଲ୍ଲିକଙ୍କ ନେତୃତ୍ବରେ ବାଲେଶ୍ବର ଓ ବାରିପଦାର ସିଟି ଏବଂ ଜିଏସଟି ଟିମ ସାମିଲ ହୋଇ କରଞ୍ଜିଆ ସହରର ଦୋଳ ପଡ଼ିଆ ନିକଟରେ ଥିବା ଦୁଇଟି ଗହଣା ଦୋକାନ ରେ ଆଜି ଅପରହ୍ନରେ ଆତର୍କିତ ଭାବେ ଏକ କାଳୀନ ଦୁଇଟି ସ୍ଥାନରେ ଚଢ଼ାଉ କରୁଥିବା ଦେଖିବାକୁ ମିଳିଛି | ଚଢାଉ ସମୟରେ ଦୋକାନର ମାଲିକ ଉପସ୍ଥିତ ଥିବା ବେଳେ ଦୋକାନରେ ଥିବା ଗହଣା ଏବଂ ତାହାର ଟିକସ ଉପରେ ଚାଲିଛି ଦସ୍ତାବିଜ ଯାଞ୍ଚ। ତେବେ ଭୂତ୍ ବାବୁଙ୍କ ହରି ଓଁ ଗହଣା ଦୋକାନ ଏବଂ ହରି ଶିବ ଗହଣା ଦୋକାନରେ କେତେ ଟଙ୍କାର ଟିକସ ଫାଙ୍କି ହୋଇଛି ତାହାର ତଦନ୍ତ କରୁଛି ବିଭାଗ।ଖବର ଲେଖାହେବା ପର୍ଯ୍ୟନ୍ତ ଚଢାଉ ଜାରି ରହିଛି।
ଡେପୁଟି କମିଶନରଙ୍କ ପ୍ରତିକ୍ରିୟା ନେବାରୁ ଏହା ଏକ ବଡଧରଣର ଚଢ଼ାଉ ଓ ଚଢ଼ାଉ ସମାପ୍ତ ହେବା ପରେ ସମସ୍ତ ସୂଚନା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏହିଭଳି କାରବାର ବିଭିନ୍ନ ବେପାରୀ ପ୍ରଶାସନ ର ନାକ ତଳେ କରିଆସୁଥିବା ବେଳେ ଆଜିର ଚଢାଉକୁନେଇ ଅନ୍ୟାନ ବ୍ୟବସାୟୀ ଙ୍କ ମଧ୍ୟରେ ଏକ କାକୁଆ ଭୟ ଦେଖିବାକୁ ମିଳିଛି | ତେବେ ଯାଞ୍ଚ ପରେ କେତେ ଟଙ୍କାର ଠକେଇ ହୋଇଛି ତାହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବଲି ଅଧିକାରୀ ସୂଚନା ଦେଇଛନ୍ତି।