ରାଜନୈତିକ ଶତ୍ରୁତାକୁ ନେଇ ଯୁବ ନେତାଙ୍କୁ ଆକ୍ରମଣ , ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ସ୍ଥିତ କଲେଜ ଛକ ସୂତାକଳ ରାସ୍ତାରେ ଜଣେ ଯୁବ ନେତା ଶ୍ରୀନିବାସ ଭଞ୍ଜଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି l ଘଟଣା ସ୍ଥଳରୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ସଙ୍କାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଘଟଣା ରାଜନୈତିକ ଶତ୍ରୁତାକୁ ନେଇ ଏହା ଘଟିଥିବା ଶ୍ରୀନିବାସ ଭଞ୍ଜ ପ୍ରକାଶ କରିଛନ୍ତି।

କଲେଜ ଛକ ବାସିନ୍ଦା ଶ୍ରୀନିବାସ ସେ ଭାରତୀୟ ଜନତା ପାର୍ଟିର ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ର ପୂର୍ବତନ ସଭାପତି ରହିଥିଲେ I ସେ ଜିଲ୍ଲା ପରିଷଦ ଭାବେ ବିଜେପି ଦଳ ପକ୍ଷରୁ ଦୁଇ ଦୁଇ ପ୍ରାର୍ଥୀ ହୋଇଥିଲେ l ଆକ୍ରମଣ ଘଟଣାକୁ ନେଇ ସେ ରାଜନୈତିକ ଶତ୍ରୁତା ଥିବା କହିଛନ୍ତି l ଗଣେଶ ପୂଜା ଚାନ୍ଦା ନେଇ ଅଜଣା ନମ୍ବର ରୁ ତାଙ୍କୁ ଦୁଇ ଏବଂ ତିନି ଥର ଫୋନ ଆସିଥିଲା I ଫୋନ ରେ ସେ ଡାକିଥିଲେ I ଏହାର ସୁଯୋଗ ନେଇ ସେ ସୂତାକଳ ଛକ ରୁ ଘରକୁ ଫେରୁଥିବା ସମୟରେ ଦୁଇ ରୁ ତିନି ଜଣ ବ୍ୟକ୍ତି ମିଳିତ ଭାବେ ଲୁହା ରଡ଼ ସାହାଯ୍ୟରେ ଅତର୍କିତ ଆକ୍ରମଣ କରି ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲେ l ଘଟଣା ସ୍ଥଳରୁ ଶ୍ରୀନିବାସ ଭଞ୍ଜଙ୍କ ଚିତ୍କାର ଶୁଣି ଆଖ ପାଖର ଗ୍ରାମର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ କୁ ଆଣିଥିଲା l ଘଟଣା ସ୍ଥଳରେ କୋଟିନଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି l ଅଦ୍ୟାବଧି କାହାରିକୁ ଗିରଫ କରାଯାଇନାହିଁ I

 

 

 

LEAVE A REPLY

Please enter your comment!
Please enter your name here