ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଜିଲ୍ଲାଖଇରପୁଟ ବ୍ଲକ,ମୁଦୁଲିପଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ବଣ୍ଡା ରେମୋଲେନା କୁଟୁମ ତରଫ ରୁ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାକୁ ବଣ୍ଡା ରେମୋଲେନା କୁଟୁମ ର ସଭାପତି ଶ୍ରୀ ଲଛିମ ଝିଗିଡି ସଭାପତିତ୍ବ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବଣ୍ଡା ରେମୋଲେନା କୁଟୁମ ର ସମ୍ପାଦକ ଶ୍ରୀ ସୋମା ଧାଙ୍ଗଡା ମାଝୀ ମୁଦୁଲିପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରlପ୍ତ ଚିକିତ୍ସାଧିକାରୀ ଶ୍ରୀ ଚମ୍ପେଶ୍ୱର ପାଣିଗ୍ରାହୀ ସମ୍ମାନିତ ଅତିଥି, ମୁଦୁଲିପଡା ବାଳକ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ଉତ୍କଳ କେଶରୀ ଦାସ ମୁଖ୍ୟ ଅତିଥି, ତଥା ବଣ୍ଡା ରେମୋଲେନା କୁଟୁମ ର ପରାମର୍ଶଦାତା ଶ୍ରୀ ଦୁର୍ଗା ପ୍ରସାଦ ସାହୁ ମଞ୍ଚାସୀନ ଥିଲେ l
ଆଜିର ଏହି ବୈଠକ ର ମୁଖ୍ୟ ଉଦ୍ଦେଶ୍ୟ ବଣ୍ଡାଘାଟି ର ପ୍ରଥମ ଛାତ୍ର ଭାବରେ ଡାକ୍ତରୀ ପାଠ ପଢ଼ିବାକୁ ଯୋଗ୍ୟ ବିବେଚିତ ହେଇଥିବା ବଡବେଲ ଗ୍ରାମର ଶ୍ରୀ ମଙ୍ଗଳା ମୁଦୁଲି ଙ୍କୁ ସମର୍ଦ୍ଧିତ କରିବା l ଶ୍ରୀ ମୁଦୁଲି ତାଙ୍କର କଠିନ ପରିଶ୍ରମ ବଳରେ ଏକ ଅନ୍ଧାରୀ ମୂଳକ ରୁ ଯାଇ ଡାକ୍ତରୀ ପାଠ ପଢ଼ିବେ ଏହା ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ର ବିଷୟ l ତାଙ୍କ ପ୍ରତିଭା କୁ ଚିହ୍ନି ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଦାସ ମଙ୍ଗଳା ଙ୍କୁ ବାଲେଶ୍ଵର ନେଇ ସେଠାରେ ତାଙ୍କୁ ନିଜ ଘରେ ରଖି ପାଠ ପଢ଼ିବାକୁ ଉତ୍ସାହିତ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ l ତାଙ୍କର ଏହି ମହତ ଉଦ୍ଦେଶ୍ୟ କୁ ସମସ୍ତେ ପ୍ରଶଂସା କରିଥିଲେ l ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ ର ହାତ ବଢେ଼ଇବା ପ୍ରତିଶ୍ରୁତି ଦେଇଥିଲେ l ଶ୍ରୀ ପାଣିଗ୍ରାହୀ ମଧ୍ୟ ମଙ୍ଗଳା ଙ୍କ ସଫଳତା କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ l ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଶ୍ରୀ ଦାସ ଙ୍କୁ ଧନ୍ୟବାଦ ଦେବା ସହ ବଣ୍ଡା ରେମାଲେନା କୁଟୁମ ଆଜୀବନ ଶ୍ରୀ ଦାସ ଙ୍କ ପ୍ରତି ୠଣି ରହିବ ବୋଲି କହିଥିଲେ l
ଶେଷରେ ଶ୍ରୀ ମଙ୍ଗଳା ମୁଦୁଲି ଙ୍କ ଏହି ସଫଳତା ପାଇଁ ବଣ୍ଡା ରେମୋଲେନା କୁଟୁମ ତରଫରୁ ତାଙ୍କୁ ବଣ୍ଡା କୁଟୁମ ଗୌରବ ସମ୍ମାନ ୨୦୨୪, ପ୍ରଦାନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ବଣ୍ଡା ଘାଟିର ଯୁବବର୍ଗ ସହ ନନ୍ଦ ଶିଶା ଏବଂ ଶ୍ରୀ ଲଛିମ ମୁଦୁଲି ପରିଚାଳନା କରିଥିଲେ l