ଗଜପତି ( ବିପ୍ଲବୀ ପରିକ୍ରମା ):-:ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅଧୀନରେ ଥିବା କେ. ଏମ. ଭଳିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନା କ୍ରମେ ପଵିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ଶିକ୍ଷକ ତାରିଣୀ ଚରଣ ମଣ୍ଡଳ ସଭାପତି ଆସନ ଗ୍ରହଣ କରିଥିଲା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାଧୁଚରଣ ଦଣ୍ଡସେନା ମୁଖ୍ୟ ଅଥିତି ଏବଂ ଶିକ୍ଷକ ଯୁଧିଷ୍ଠିର ପାଇକ ମୁଖ୍ୟ ବକ୍ତା ଭାବରେ ଆସନ ଗ୍ରହଣ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଯଥା ନିୟମ ଅନୁସାରେ ଧୂପ, ଦୀପ, ଫୁଲ ଏବଂ ଚନ୍ଦନ ଦ୍ୱାରl ବିଶ୍ୱ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ପୂଜାର୍ଚନା କରିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୂଜା କରିଥିଲେ l ପରେ ଶୁଭପ୍ରଦ ଶିଅଳ ଜଗନ୍ନାଥlଷ୍ଟକ ଗାନ କରିବା ପରେ ପିଲାମାନେ ସ୍ୱାଗତ ସଂଗୀତ ଗୁରୁବନ୍ଦନା ଗାନ କରି ପରିବେଶକୁ ମୁଖରିତ କରିଥିଲେ l
ଏହା ସହିତ ଛାତ୍ର ଛାତ୍ରୀ ମାନେ ଗୁରୁ ଦିବସ ବିଷୟରେ ଭାଷଣ ପ୍ରଦାନ କରିଥିଲେ l ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜେ ନିଜର ବକ୍ତବ୍ୟ ମାଧ୍ୟମରେ ଗୁରୁଦିବସର ମହତ୍ତ୍ୱ ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ନୀତି ଏବଂ ଆଦର୍ଶ ବିଷୟରେ ଭାଷଣ ଦେଇ ଥିଲେ l ଉକ୍ତ ସଭା କାର୍ଯ୍ୟକୁ ଛାତ୍ର ଚନ୍ଦ୍ରଶେଖର ଦଳାଇ ଏବଂ ଛାତ୍ରୀ ହୀରାବତୀ ରଇତ ପରିଚାଳନା କରିଥିଲା ବେଳେ ପ୍ରାକ୍ତନ ଛାତ୍ର ମାଧବ ନାୟକ ଏସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିଲେ l