ଭୂକମ୍ପରେ ଥରିଲା ନେପାଳ; 140ରୁ ଅଧିକ ମୃତ, ୧୫୦ରୁ ଅଧିକ ଆହତ

0

 (ବିପ୍ଲବୀ ପରିକ୍ରମା ବ୍ୟୁରୋ);ନେପାଳରେ ପୁଣି ଭୂକମ୍ପ । ଜୋରଦାର ଭୂକମ୍ପରେ ଥରିଲା ନେପାଳ । ରିକ୍ଟେର ସ୍କେଲ୍‌ରେ ୬.୪ ତିବ୍ରତା ରେକର୍ଡ ହୋଇଛି । ତେବେ ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।ସୂଚନାନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୧୧ ଟା ୪୭ ମିନିଟ୍‌ରେ ନେପାଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ନିଜ ନିଜ ଘରେ ସମସ୍ତ ଶୋଇଥିବା ବେଳେ ଲାଗିଥିଲା ଭୂକମ୍ପ ଝଟ୍କା । ଭୂକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁ ଠାରୁ ୫୦୦ କିମି ଦୂରରେ ଥିବା ଜଜାରପୁର ଠାରେ ଠାବ ହୋଇଛି ।ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 140 ହୋଇଥିବା ବେଳେ ଆହତଙ୍କ ସଂଧ୍ୟା ୧୫୦ରୁ ଅଧିକ ରହିଛି । ଅନେକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଏତେ ବଡ଼ ଜୋରଦାର ଭୂକମ୍ପ ଝଟ୍କା ପରେ ଅନେକ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି । ଯାହାଫଳରେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ତେବେ ଏତେ ବଡ଼ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।ଅନ୍ୟପଟେ ନେପାଳରେ ଏତେ ଶକ୍ତିଶାଳୀ ଭୂକମ୍ପ ପରେ ଭାରତରେ କିଛି ରାଜ୍ୟରେ ଝଟ୍କା ଅନୁଭୂତ ହୋଇଛି । ଖାସ୍ କରି ଉତ୍ତର ଭାରତର କିଛି ଅଞ୍ଚଳ, ଯେପରି- ଦିଲ୍ଲୀ, ହରିୟାଣା, ବିହାର ଆଦି ରାଜ୍ୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ନେଇ ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here