କରଞ୍ଜିଆ ସବ୍-ରେଜିଷ୍ଟର୍ ଏବଂ ଟ୍ରେଜେରି କାର୍ଯ୍ୟାଳୟ ସମ୍ମୁଖରେ ଜମି ରହିଛି ପାଣି ଆଉ କାଦୁଅ  

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):-  ଜୁଆଡେ ଦେଖିବେ କାଦୁଅ ଆଉ ପାଣି, ରାସ୍ତା ନୁହେଁ ତ ଏହା ଏକ ଚାଷ ଜମି | ତା’ସହିତ ପାଣି ଜମିବା ହେତୁ ପାଣିରୁ ଆସୁଛି ଦୁର୍ଗନ୍ଧ,ଯାହା ଫଳରେ ସେଠାରେ କିଛି ସମୟ ରହିବା ଟା ଭି ଅସମ୍ଭବ ହୋଇପଡିଛି | ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସବ୍-ରେଜିଷ୍ଟର ଏବଂ ମ୍ୟାରେଜ୍ କାର୍ଯ୍ୟଳୟରେ । ତେବେ ପାଞ୍ଚପିଢ଼ ଉପଖଣ୍ଡର ସବ୍-ରେଜିଷ୍ଟର୍, ମ୍ୟାରେଜ୍ କାର୍ଯ୍ୟାଳୟ ଏବଂ ଟ୍ରେଜେରୀ କାର୍ଯ୍ୟାଳୟକୁ ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ନିଜ କାମ ପାଇଁ ପ୍ରତ୍ୟେକ ଦିନ ଶତାଧିକ ଲୋକ ଆସୁଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖରେ କାଦୁଅ ଏବଂ ପାଣି ଜମି ଥିବା ହେତୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି | ଯାହା ଫଳରେ ଆସୁଥିବା ଲୋକମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବର୍ଷା ହେଲେ ପାଣି ନିଷ୍କାସନର କୌଣସି ସୁବିଧା ନଥିବାରୁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିବା ଫଳରେ ପ୍ରାୟ ସମୟରେ ସାପ ବେଙ୍ଗ ଦେଖିବାକୁ ମିଳିଥାଏ | ତେଣୁ ଆସୁଥିବା ଲୋକ ଏବଂ କାର୍ଯ୍ୟାଳୟର କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ୍ ରହିଛି | ତେଣୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ଦାବୀ କରିଛନ୍ତି ଲୋକେ l ତେବେ ଦେଖାଯାଉ,ଏହି ସମସ୍ୟାର ସମାଧାନ କେବେ ହେଉଛି l

 

 

LEAVE A REPLY

Please enter your comment!
Please enter your name here