ଆଗକୁ ଶୀତ ବଢ଼ିବ ନା କମିବ ?

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ । ଧିରେ ଧିରେ ଶୀତ ବଢ଼ିଲାଣି । କିଛି ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । କିନ୍ତୁ କୁହାଯାଉଛି କି ଚଳିତ ବର୍ଷ ଶୀତ କମ୍‌ ହେବ। ବର୍ତ୍ତମାନ ନଭେମ୍ୱର ମାସ ଆରମ୍ଭ ହୋଇଗଲାଣି। ନଭେମ୍ୱର ମାସରେ ଯେମିତି ଶୀତ ଅନୁଭୂତ ହେବା କଥା ସେପରି ଶୀତ ହେଉନଥିବା ଦେଖିବାକୁ ମିଳିଛି।ତେବେ ଚଳିତ ବର୍ଷ ଏଲ ନିନୋ ପ୍ରଭାବରେ ଶୀତ କମ ଅନୁଭୂତ ହେବ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି । ସେହିପରି ନଭେମ୍ବରରେ ଉତ୍ତର ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନକୁ ଛାଡି ଦେଶର ଅନ୍ୟ ସବୁ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ଦୁଇ ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ।ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୫ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପା‌ରେ। ୭ ତାରିଖରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ। ପାଗ ଶୁଖିଲା ରହିବ। ଧୀରେଧୀରେ ରାତି ତାପମାତ୍ରା ଖସିବ ଓ ଥଣ୍ଡା ପୁଣି ଆରମ୍ଭ ହୋଇପା‌ରେ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ଖସିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେଣୁ ଚଳିତ ଶୀତ ଋତୁ ତଥା ନଭେମ୍ୱରଠାରୁ ଫେବ୍ରୁଆରି ପର୍ଯ୍ୟନ୍ତ ଓଡ଼ିଶା ସମେତ ସାରା ଦେଶରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେତୁ ଶୀତ କମ୍‌ ରହିବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here