ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ସହରର ଇଣ୍ଡିଆନ ଗ୍ୟାସ ଡିପୋ ନିକଟରେ ଥିବା ଏକ ଟ୍ରକ୍ ଭିତରୁ ବିରାଟ ଅଜଗର ଉଦ୍ଧାର ହୋଇଛି। ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ସହର ଭିତରେ ପଶି ଆସୁଛି ଅଜଗର। ସ୍ଥାନୀୟ ଲୋକେ ଅଜଗରକୁ ଦେଖି ଭୟଭୀତ ହୋଇଥିଲେ। ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ବିଳମ୍ବିତ ରାତି ଘଣ୍ଟାୟ ସମୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବି.ବିଭୁତି ଭୂଷଣ ଓ ଶରତ ନାୟକ ଘଟଣାସ୍ଥଳରେ ପହଂଚି ଅଜଗରକୁ ଉଦ୍ଧାର କରିଥିଲେ, ପରେ ବନବିଭାଗ କୁ ହସ୍ତାନ୍ତର କରିଛନ୍ତି ।ସେହିପରି ଏମଭି ୪୩ ଗ୍ରାମରୁ ଗୋଟିଏ ଏବଂ ମାଲକାନଗିରି ସହର ଭିତରୁ ଗୋଟିଏ ନାଗସାପ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ବନବିଭାଗ ପକ୍ଷରୁ ସମସ୍ତ ସାପ ଗୁଡ଼ିକ ର ସ୍ଵାସ୍ଥ୍ୟବସ୍ଥା ପରିକ୍ଷା କରେଇବା ପରେ ନିକଟସ୍ଥ ଜଙ୍ଗଲକୁ ସାପ ୩ଟି କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅଜଗର ସାପଟିର ଓଜନ ୧୦ ରୁ ୧୨ କିଲୋ ଭିତରେ ଥିବା ବେଳେ ୯ ଫୁଟ ଲମ୍ବା ରହିଛି । ଡିଏଫଓ ଶ୍ରୀ ପ୍ରତାପ କତ୍ତାପାଲି ଏବଂ ଏସିଏଫ ମୁନଶୁନ ଖେମୁଡ଼ୁ ଙ୍କ ଉପସ୍ଥିତି ରେ ସାପ ଗୁଡ଼ିକ ଜଙ୍ଗଲ ରେ ଛଡ଼ା ଯାଇଥିବା ଜଣାପଡିଛି।
ପ୍ରତିବର୍ଷ ବର୍ଷା ଦିନେ ଅଜଗର ଖାଦ୍ୟ ଅନ୍ୱେଷଣରେ ଗାଁ ମୁଁହା କିମ୍ବା ସହର ମୁହାଁ ହୋଇଥାନ୍ତି।ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବିଭିନ୍ନ ଯାଗାରୁ ଅଜଗର ପଶି କୁକୁଡ଼ା ଖାଇବାର ନଜିର ରହିଛି। ଆଜି ସୁଦ୍ଧା ୧୦୦ ରୁ ଉର୍ଦ୍ଧ୍ବ ଅଜଗର ଗାଁ କିମ୍ୱା ସହର ମୁହାଁ ହୋଇସାରିଲେଣୀ।କିନ୍ତୁ କୌଣସି ଲୋକଙ୍କ ଉପରେ ଆକ୍ରମଣ କରିଥିବା ନଜିର ନାହିଁ। ତେବେ ବିଭିନ୍ନ ସମୟରେ ଛୋଟ ଛୋଟ ପିଲାଙ୍କୁ ନେଇ ଲୋକେ ଭୟଭୀତ ରହିଥାନ୍ତି।