ନୂଆପଡା ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ନୂଆପଡ଼ା ମିନି ଷ୍ଟାଡିୟମ ଠାରେ ଚାରିଦିନିଆ ବିକାଶ ମେଳାର ଆୟୋଜନ କରାଯାଇଛି । ଆଜି ଜଙ୍ଗଲ ପରିବେଶ ତଥା ଶ୍ରମ ମନ୍ତ୍ରୀ ଗଣେଷରାମ ସିଙ୍ଗ ଖୁଣ୍ଟିଆ ପହଞ୍ଚି ମେଳାକୁ ଉଦଘାଟିତ କରିଥିବା ବେଳେ ଆୟୋଜିତ ସମ୍ବୋଧିତ୍ ସଭାରେ ଯୋଗଦେଇ ରାଜ୍ୟ ସରକାର ଙ୍କ ଶହେ ଦିନ ରେ ହୋଇଥିବା କାର୍ଯ୍ୟ ର ସଫଳତା ଓ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସ୍ବଚ୍ଛତା ହିଁ ସେବା କାର୍ଯକ୍ରମ ରେ ମଧ୍ୟ ଯୋଗଦେଇଥିଲେ । ତାସହ ବିଭିନ୍ନ ହିତାଧିକାରୀ ଙ୍କୁ ସୁଭଦ୍ରା ଯୋଜନା ର ଚେକ, ଶ୍ରମ ବିଭାଗ ତରଫରୁ ମୃତ୍ୟୁ କାଳୀନ ସହାୟତା, ଶିକ୍ଷା ସହାୟତା ପ୍ରଦାନ କରିଥିଲେ । ଏହି ଶହେ ଦିନ କେବଳ ମହିଳା, ଯୁବକ, କୃଷକ ମାନଙ୍କ ପାଇଁ, କମ ଦିନ ମଧ୍ୟରେ ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିବା ବେଳେ ସୁଭଦ୍ରା ଯୋଜନା ରେ ୧ କୋଟି ମହିଳା ଙ୍କୁ ସାମିଲ କରିଥିବା ପ୍ରକାଶ କରିଛନ୍ତି। ନାରୀଙ୍କୁ ସମ୍ମାନ ଦେବା ସହ ମହିଳାମାନେ ସ୍ବାବଲମ୍ବୀ ହେବେ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଖରୀଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ, ଅଭିନନ୍ଦନ ପଣ୍ଡା ଙ୍କ ସହ ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ରାଘେବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ ।