(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହେଲେ ପୂର୍ବତନ ସାଂସଦ ବରିଷ୍ଠ ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ । ଦୀର୍ଘଦିନ ଧରି ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଏହି ବରିଷ୍ଠ ରାଜନେତା ।ଗତ ଏକ ମାସରୁ ଅଧିକ ସମୟ ହେଲା ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ପ୍ରାୟ ଏକ ମାସରୁ ଅଧିକ ସମୟ ଚିକିତ୍ସା ସତ୍ତ୍ୱେ ପ୍ରଦୀପ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାଁନ୍ତି । ଅସୁସ୍ଥତା ପାଇଁ ପ୍ରଦୀପ ଏବେ ରାଜନୀତି ତଥା ଜନସେବାରୁ ଦୂରରେ ଅଛନ୍ତି ପ୍ରଦୀପ ମାଝୀ। ଯାହାକୁ ନେଇ ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ । କିଏ କହୁଥିଲା ବିଜେଡି ସହିତ ତାଙ୍କର ଆଉ ଭଲ ସମ୍ପର୍କ ନାହିଁ ତ କିଏ ଆଉ କିଛି ଚର୍ଚ୍ଚା ଚଳାଇଥିଲେ ।ଚର୍ଚ୍ଚାର ମଧ୍ୟ କିଛି ଯଥାର୍ଥତା ଥିଲା । କାରଣ ଗତ ଅକ୍ଟୋବର 12 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଯାଇ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପ୍ରଦୀପ ଏହି ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କଥା । ହେଲେ ପ୍ରଦୀପ ନଥିଲେ । ଏହା ବ୍ୟତୀତ କିଛି ଦିନ ଧରି ପ୍ରଦୀପ ବିଭିନ୍ନ ସରାକରୀ ଓ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ଏହି ସମସ୍ତ ସ୍ଥିତିକୁ ଦେଖି ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ । ହେଲେ ପ୍ରକୃତରେ ଅବାନ୍ତର ଚର୍ଚ୍ଚାର କୌଣସି ସତ୍ୟାସତ୍ୟ ନାହିଁ । ପ୍ରଦୀପ ଆଣ୍ଠୁ ଜନିତ ସମସ୍ୟା ଦେଇ ବର୍ତ୍ତମାନ ଗତି କରୁଛନ୍ତି । ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ପ୍ରାୟ ଏକମାସରୁ ଅଧିକ ସମୟ ରହିଲେ । କୌଣସି ସୁଫଳ ନହେବାରୁ ଆଜି ପ୍ରଦୀପ ନୂଆଦିଲ୍ଲୀ ସ୍ଥାନାନ୍ତର ହୋଇଛନ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ପ୍ରଦୀପ ମାଝୀଅନ୍ୟପଟେ ଆଜି ପ୍ରଦୀପ ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିବାରୁ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ତାଙ୍କର ଶୁଭେଚ୍ଛୁ ଓ ସମର୍ଥକ । ଏହାସହ ସୁସ୍ଥ ହୋଇ ପୁଣି ଥରେ ସାଧାରଣ ଜୀବନକୁ ଫେରି ଆସିବା ସହିତ ଜନସେବା ଜାରି ରଖିବାକୁ ପ୍ରାର୍ଥନା କରିଛନ୍ତି ।