ଖଡ଼ିଆଳ, ଲାଞ୍ଜି ( ବିପ୍ଲବୀ ପରିକ୍ରମା ):- ମନରେଗା ଯୋଜନାରେ ଦୁର୍ନୀତି ଯୋଗୁଁ ଶ୍ରମିକ ବଦଳ ରେ ମାଲେମାଲ ସରକାରୀ ବାବୁ ଓ ସ୍ଥାନୀୟ ଜନପ୍ରତିନିଧି । କେଉଁଠି ଶ୍ରମିକ ବଦଳରେ ଏଠାରେ ମେସିନ କରୁଛି କାମ ତ କେଉଁଠି ବିନା କାମ ରେ ସରକାରୀ ବାବୁ ମାନେ ଲକ୍ଷାଧିକ ଟଙ୍କା ବିଲ କରି ହଡ଼ପ କରୁଥିବା ନଜର କୁ ଆସୁଛି । ଯାହା ଦ୍ବାରା ଗରିବ ଶ୍ରମଜୀବୀମାନେ ଗଭୀର ଭାବରେ ପ୍ରଭାବିତ ହେବା ସହିତ କାମଧନ୍ଦା ଅଭାବରୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ସ୍ତରରେ ହେଉଥିବା ଏହି ମନରେଗା ଅନିୟମିତତା ବ୍ଲକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବଡ ବଡ ବାବୁଙ୍କ ଇସାରାରେ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଖଡ଼ିଆଳ ବ୍ଲକ ଲାଞ୍ଜି ପଞ୍ଚାୟତ ଉପରପିଟା ଗାଁ ର ତେନ୍ତୁଲିବନ୍ଦ ଉନ୍ନତି କାର୍ଯ୍ୟ ରେ । ବିନା କାମ ରେ ଲକ୍ଷାଧିକ ଟଙ୍କା ଉଠି ସାରିଥିବା ଅଭିଯୋଗ ହୋଇଥିଲେ ହେଁ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟାନୁଷ୍ଠାନ । ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ ବିନା କାମ ରେ ଲକ୍ଷାଧିକ ଟଙ୍କା ଚଲୁ l
ନୂଆପଡ଼ା ଜିଲ୍ଲା ର ବିଶେଷ କରି ଖଡ଼ିଆଳ ବ୍ଲକ ରେ ମନରେଗା ର ମହାଦୁର୍ନୀତି ଖବର ବାରଂବାର ହେଉଥିଲେ ହେଁ ଏହାର ଚେର ତଳୁ ଉପର କୁ ଲାଗିଥିବା ରୁ ଏହା କମିବା ବଦଳରେ ବଢ଼ିବଢ଼ି ଚାଲିଛି । ବିଶେଷ କରି ଖଡ଼ିଆଳ ବ୍ଲକ ର ସମସ୍ତ ପଞ୍ଚାୟତ ରେ ମନରେଗା ଦୁର୍ନୀତି ଅଭିଯୋଗ ହୋଇ ଆସୁଅଛି । ରାସ୍ତା ଘାଟ, ପୋଖରୀ ଖନନରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର ଏକ ସାଧାରଣ କଥା ହୋଇଥିବା ବେଳେ ଏହାର ପୃଷ୍ଠପୋଷକ ସାଜିଛନ୍ତି ବ୍ଲକର ସରକାରୀ ବାବୁ ଓ ପଞ୍ଚାୟତର ଜନପ୍ରତିନିଧି । ବିଶେଷ କରି ଦୀର୍ଘ ଦିନ ଧରି ସ୍ଥାୟୀ ଭାବେ ଥିବା APO ଙ୍କ ଇଙ୍ଗିତ ରେ ଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି । ଏଠି ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ଵାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ରେ କେଉଁ ସ୍ବାର୍ଥ ରେ ଦୀର୍ଘ ବର୍ଷ ଧରି ଜଣେ APO ଖଡିଆଳ ବ୍ଲକ ରେ କାର୍ଯ୍ୟରତ ସମସ୍ତ ଙ୍କୁ ଚକିତ କରିଛି । ଜିଲ୍ଲା ପ୍ରଶାସନ ଏହାର ବିଚାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଖଡିଆଳ ବ୍ଲକ ମନରେଗା ଦୁର୍ନୀତି ର ଗନ୍ତାଘର ସାଜିଥିବା ବେଳେ, ଅଭିଯୋଗ ଓ ଖବର ଏକ ଅଭ୍ୟାସ ରେ ପରିଣତ ହୋଇଛି । ବର୍ତ୍ତମାନ ଲାଞ୍ଜୀ ପଞ୍ଚାୟତ ଉପରପିଟା ତେନ୍ତୁଲିବନ୍ଦ ମନରେଗା ଦୁର୍ନୀତି ସମସ୍ତ ଙ୍କୁ ଚକିତ କରିଛି । କାମ ନକରି ହାରାହାରି ତିନିଲକ୍ଷ ଟଙ୍କା ଉଠାଣ ହୋଇଥିବା ଘଟଣା ସାମ୍ନା କୁ ଆସିବା ପରେ ପ୍ରଶାସନିକ୍ କ୍ଷେତ୍ର ରେ ଛନକା ଖେଳି ଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ରେ ତେନ୍ତୁଲିବନ୍ଦ୍ ଉନ୍ନତିକରଣ ନାଁ ରେ ବିନା କାମ ରେ ତିନିଲକ୍ଷ୍ ଟଙ୍କା ଉଠାଣ ହୋଇଛି । ଉକ୍ତ ପୋଖରୀ ରେ ବର୍ତମାନ ପାଣି ଭର୍ତ୍ତି ଥିବା ବେଳେ ମାଟି କାମ କେମିତି ହେଲା, ସେଠି ସୂଚନା ଫଳକ ଲାଗି ନାହିଁ, ଗାଁର ଶ୍ରମିକ ଜାଣି ନାହାନ୍ତି, ଏତେ ସବୁ କାର୍ଯ୍ୟ ରେ BFT ଠାରୁ ଆରମ୍ଭ କରି ସରପଞ୍ଚ GRS, ଯନ୍ତ୍ରୀ , ଓ APO କେମିତି ବିଲ କଲେ ତାହା ସମସ୍ତ ଙ୍କୁ ଚକିତ କରିଛି । ଏହି ଘଟଣା ରେ ସମ୍ପୂର୍ଣ ଭାବରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ APO ଙ୍କ ଇଙ୍ଗିତ ରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସବୁଠୁ ବଡ଼କଥା ସ୍ଥାନୀୟ ଶ୍ରମିକ ଙ୍କ ବଦଳ ରେ ଅନ୍ୟ ଗାଁର ଶ୍ରମିକ ଙ୍କ ଖାତାକୁ ଟଙ୍କା ପଠା ଯାଇଥିବା ଜାଣିବାକୁ ମିଳିଛି । ଏବାବ ରେ ଗ୍ରାମବାସୀ ବ୍ଲକ ବିଡ଼ିଓ ଙ୍କ ଠାରୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଦୋଷୀ ମାନଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅପରପକ୍ଷରେ ଆମେ ଖଡ଼ିଆଳ ବିଡ଼ିଓ ଙ୍କୁ ଏ ବାବଦ ରେ ପଚାରିବା ରୁ ଘଟଣା କୁ ହାଲୁକା ର ସହ ନେଇ , ଅଭିଯୋଗ ହୋଇଛି ତଦନ୍ତ କରାଯାଇ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଲାଂଜୀ ପଞ୍ଚାୟତ ଉପରପିଟା ଗାଁ ରେ ହୋଇଥିବା ମନରେଗା ଦୁର୍ନୀତି ଖବର ହାଟ ରେ ପଡି ଦାଣ୍ଡ ରେ ଗଡ଼ୁଥିବା ବେଳେ ଏହା କିପରି ସମ୍ଭବ ହେଲା ଲୋକେ ଚର୍ଚ୍ଚା କରୁଛନ୍ତି। କେବଳ ଯେ ଏଥିରେ BFT, GRS ଙ୍କ ସମ୍ପୃକ୍ତି ଅଛି ତାହା ନୁହେଁ ନିଶ୍ଚିନ୍ତ ଭାବରେ ସ୍ଥାନୀୟ ସରପଞ୍ଚ, ବିଭାଗୀୟ ଯନ୍ତ୍ରୀ ଓ ବିଶେଷ କରି APO ଙ୍କ ସମ୍ପୃକ୍ତି ଜଳଜଲ୍ ହୋଇ ଦିଶୁଛି । ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧ ରେ କଡା ରୁ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି।