ଆରବିଆଇର ଗୁରୁ ଦାୟିତ୍ବରେ ପୁଣି ଜଣେ ଓଡ଼ିଆ

0

(ବିପ୍ଳବୀ ପରିକ୍ରମ ବ୍ୟୁରୋ);ଭାରତୀୟ ରିଜର୍ଭ ବ୍ୟାଙ୍କରେ ଆଉ ଏକ ଗୁରୁ ଦାଇତ୍ୱ ନେବେ ଜଣେ ଓଡ଼ିଆ । ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ମନୋରଞ୍ଜନ ମିଶ୍ର। କାର୍ଯ୍ୟଭାର ସମ୍ଭାଳିବ ପରେ ତିନୋଟି ବଡ ବିଭାଗର ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର । ସେହି ବିଭାଗ ଗୁଡିକ ହେଲା ପ୍ରବର୍ତ୍ତନ ବିଭାଗ, ବିପଦ ନିରୀକ୍ଷଣ ବିଭାଗ ଓ ବାହ୍ୟ ନିବେଶ ଏବଂ କାର୍ଯ୍ୟ ପରିଚାଳନା। ତେବେ ଶ୍ରୀଯୁକ୍ତ ମିଶ୍ର ନଭେମ୍ବର ୧ରୁ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବା ପୂର୍ବରୁ ସେ ନିୟାମକ ବିଭାଗରେ ମୁଖ୍ୟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ରୀୟ ବ୍ୟାଙ୍କ ବିବୃତ୍ତି ଅନୁଯାୟୀ, ରିଜର୍ଭ ବ୍ୟାଙ୍କରେ ମିଶ୍ରଙ୍କର ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ଯାହା ବ୍ୟାଙ୍କ ଏବଂ ଏନବିଏଫସି ନିୟନ୍ତ୍ରଣ, ବ୍ୟାଙ୍କର ତଦାରଖ ଏବଂ ମୁଦ୍ରା ପରିଚାଳନା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦିତ କରୁଛି । ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନିୟାମକ / ପର୍ଯ୍ୟବେକ୍ଷକ ନୀତି ପ୍ରଣୟନରେ ଯୋଗଦାନ କରି ଅନେକ ୱାର୍କିଂ ଗ୍ରୁପ୍ ରେ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିବାକୁ ଗଲେ ସେ ଅର୍ଥନୀତିରେ ସ୍ନାତକୋତ୍ତର କରିବା ସହ ଏମବିଏ କରିଛନ୍ତି। ଏହା ସହ ସେ ବ୍ରିଟେନର ଅଷ୍ଟନ ବିଜନେସ୍ ସ୍କୁଲ୍‌ରୁ ଫାଇନାନ୍ସ ଏବଂ ଫାଇନାନ୍ସ ରେଗୁଲେସନ୍‌ରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ଏହାସ ସେ ଓଡିଶା ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ପୁରାତନ ଛାତ୍ର ମଧ୍ୟ ଅଟନ୍ତି ।

LEAVE A REPLY

Please enter your comment!
Please enter your name here