ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

0

(ବିପ୍ଳବୀ ପରିକ୍ରମ ବ୍ୟୁରୋ);ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବାକୁ ଯାଉଛି ଝାରସୁଗୁଡ଼ା । ଆଜିଠୁ ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକତାରୁ ୭୨ ସିଟ୍ ବିଶିଷ୍ଟ ATR-72 ଆଜି ଝାରସୁଗୁଡ଼ାକୁ ଉଡାଣ ଭରିବ । ପ୍ରତିଦିନ ଇଣ୍ତିଗୋ ସନ୍ଧ୍ୟା ୫ ଟା ୫୦ରେ କୋଲକାତରୁ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକତାରେ ପହଞ୍ଚିବା ନେଇ ସୂଚନା ରହିଛି ।ସେହିପରି ଆସନ୍ତା ୧୫ ତାରିଖରୁ ବେଙ୍ଗାଳୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ । ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଳୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ବାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ବରକୁ ବିମାନ ସେବା ପ୍ରଦାନ କରୁଛି ।

Read more at: https://odia.oneindia.com/odisha/today-indigo-will-start-daily-direct-flights-from-veer-surendra-sai-airport-in-odishas-jharsuguda-028425.html

LEAVE A REPLY

Please enter your comment!
Please enter your name here