ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଠାରୁ କାର୍ଯ୍ୟରତ ନର୍ସମାନେ ୧୦ ଦଫା ଦାବିନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରୀରଖିଛନ୍ତି । ସେମାନଙ୍କ ମୁଖ୍ୟଦାବି ହେଲା । ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ନର୍ସ ମାନଙ୍କୁ ନିୟମିତ ଚାକିରୀ କରିବା ପାଇଁ ଚାକିରିର ପ୍ରଥମ ୬ବର୍ଷ ପରେ ରେଗୁଲାର କରାଯାଇଥିଲା ଏହି ୬ବର୍ଷକୁ ନିଜ ସର୍ଭିସ ରେକର୍ଡ଼ରେ ଅନ୍ତର୍ଭୁକ୍ତ କରାଯାଉ, ଚାକିରୀରେ ନିୟମିତ ପଦୋନ୍ନତି କରାଯାଉ,ଅଭିଜ୍ଞ ନର୍ସ ମାନଙ୍କୁ ବଦଳି କରି ନିଆଯାଇଥିବା ସମସ୍ତଙ୍କୁ ପୁରୁଣା ଜାଗାକୁ ଫେରାଇ ଅଣାଯାଉ । ଏଭଳି ୧୦ ଦଫା ଦାବିନେଇ ଗତ ମାସେ ତଳେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ନର୍ସମାନେ ହେଲେ ସରକାର ନର୍ସ ମାନଙ୍କୁ ଏକ ମାସ ସମୟ ମାଗିଥିଲେ ।
ଏହି ଏକ ମାସ ମଧ୍ୟରେ ସରକାର ନର୍ସ ସଂଘ ସହ କୌଣସି ଆଲୋଚନା ନକରି ପଦକ୍ଷେପ ନେଇନାହଁନ୍ତି । ଯାହାର ପ୍ରତିବାଦରେ ଗତକାଲିଠାରୁ ଓଡ଼ିଶାର ସମସ୍ତ ନର୍ସ ସିରିଞ୍ଜ ଛାଡ଼ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ନର୍ସମାନେ କହିଛନ୍ତି l