ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ଵଚ୍ଚତା ସାଂସ୍କୃତିକ ମହାଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରସରକାର ଙ୍କ ନିର୍ଦ୍ଧେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମ ଗାନ୍ଧୀ ନଗର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡ଼ିଓମ ସମ୍ମୁଖ ରାସ୍ତା ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କିପରି ସହରକୁ ସ୍ୱଛତା ଓ ସୁନ୍ଦର ରଖାଯାଇଛି ପାରିବ ତାହାକୁ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଲା ଜନ ସାଧାରଣଙ୍କ ମଧ୍ୟରେ ସ୍ୱଛତାର ବାର୍ତ୍ତା ପ୍ରେରଣ କରିବା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଛୋଟ ଛୋଟ ପିଲା ନୃତ୍ୟ, ସ୍କେଟିଙ୍ଗ,ଓ କେରାଟି ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ।
ବ୍ରହ୍ମପୁର ମହାନଗର ନିଗମର କମିଶନର ଭବାନୀ ଶଙ୍କର ମିଶ୍ର, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ. ବିବେକ ରେଡିଙ୍କ ସମେତ ବ୍ରହ୍ମପୁରର ବିଭିନ୍ନ ୱାର୍ଡର କୋର୍ପରେଟର, ମହାନଗର ନିଗମର କର୍ମଚାରୀଙ୍କ ସମେତ ବହୁ ଜନ ସାଧାରଣ ଉପସ୍ଥିତ ଥିଲେ।