ଗଜପତି ( ବିପ୍ଲବୀ ପରିକ୍ରମା ):- ସ୍ଥାନୀୟ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଗଜପତି ଠାରେ ଆଜି ଠାରୁ ଭଲିବଲ୍ ଓ ବ୍ୟାଡମିଣ୍ଟନ ତାଲିମ ଶିବିର ଆରମ୍ଭ ହୋଇଯାଇଛି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପାତ୍ର ଙ୍କ ନିର୍ଦ୍ଦେଶରେ ସାରା ଜିଲ୍ଲାରୁ ବଛା ବଛା ଭଲିବଲ୍ ଓ ବ୍ୟାଡମିଣ୍ଟନ ଖେଳାଳି ମାନଙ୍କୁ ଏହି ତାଲିମ ଶିବିର ରେ ବିଭିନ୍ନ କୌଶଳ ଉପରେ ତାଲିମ ଦିଆଯାଉଛି ।ଭଲିବଲ୍ ରେ ମୋଟ ୪୮ ବାଳକ ଓ ବାଳିକା ସେହିପରି ବ୍ୟାଡମିଣ୍ଟନ ରେ ୧୫ଜଣ ଖେଳାଳି ଉଭୟ ୧୪ ବର୍ଷ ରୁ କମ ଓ୧୭ ବର୍ଷ ରୁ କମ ବାଳକ ଓ ବାଳିକା ଯୋଗଦେଇଛନ୍ତି।
ଏହି ତାଲିମ ଶିବିର ରେ ପ୍ରଶିକ୍ଷକ ଭାବେ ଜ୍ୟେସ୍ନା ରଚିତ, ନାରାୟଣ ସାହୁ, ଦେବବ୍ରତ ପରିଡ଼ା,ଅନୁଜ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଛନ୍ତି। ଏହି ତାଲିମ ଶିବିର କୁ ସ୍ଥାନୀୟ ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ସାହୁକାର,ଓ କ୍ରୀଡା ଶିକ୍ଷକ ସନ୍ତୋଷ ପ୍ରସାଦ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଉଛି ସୂଚନା ଯୋଗ୍ୟ ଆସନ୍ତା ଅକ୍ଟୋବର ୬ ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ରାଜ୍ୟ ସ୍ତରୀୟ ଭଲିବଲ୍ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଉଛି।